
ସତ୍ୟଶିଖା (କଳହାଣ୍ଡି) ୩୧/୧୨/୨୦୨୦ : କୋଟିପତି ଡ୍ରାଇଭର ଗିରଫ । କଳହାଣ୍ଡି କୁସୁମଖୁନଟି ଇନ୍ଦ୍ରାବତୀ ଡିଭିଜନର ପୁର୍ବତନ ଡ୍ରାଇଭର ରମେଶ ଚନ୍ଦ୍ର ପଣ୍ଡାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ଚଢାଉ କରିଥିଲା ଭିଜିଲାନ୍ସ । ଏହି ଚଢାଉରେ ଭିଜିଲାନ୍ସକୁ ପ୍ରାୟ ୨ କୋଟି ୨୦ ଲକ୍ଷ ଟଙ୍କାର ସଂପତ୍ତି ମିଳିଛି । ଖବର ଅନୁଯାୟୀ, ବୁଧବାର ଦିନରୁ ଚଢାଉ ଆରମ୍ଭ କରି ବିଳମ୍ବିତ ରାତ ପର୍ଯ୍ୟନ୍ତ ଚାଲିଥିଲା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଳହାଣ୍ଡି କୁସୁମଖୁନଟି ଇନ୍ଦ୍ରାବତୀ ଡିଭିଜନର ପୁର୍ବତନ ଡ୍ରାଇଭରଙ୍କ ଘରେ ରେଡ୍ କରିଥିଲା ଭିଜିଲାନ୍ସ । ତେବେ ଚଢାଉର ନେତୃତ୍ୱ ନେଉଥିବା ମାଲକାନଗିରି ଭିଜିଲାନ୍ସ ଡିଏସପିଙ୍କ ବୟାନ ଅନୁଯାୟୀ, ରମେଶ ଚନ୍ଦ୍ର ପଣ୍ଡାଙ୍କ ସମ୍ପତିର ଆନୁମାନିକ ମୁଲ୍ୟ ୨ କୋଟି ୨୦ ଲକ୍ଷ ଟଙ୍କା ହେବ ।ରମେଶ ଚନ୍ଦ୍ର ପଣ୍ଡାଙ୍କ ଧର୍ମଗଡ ସ୍ଥିତ ବାସଭବନର ମୂଲ୍ୟ ୩୫ ଲକ୍ଷ ଟଙ୍କା , ଧର୍ମଗଡ ଗୋଟିଏ ଲଜ୍ ଠାବ ହେଉଛି । ଯାହାର ମୁଲ୍ୟ ୧ କୋଟି ୨୦ ଲକ୍ଷ ଟଙ୍କା ହେବ , ଗୋଟିଏ ହୁଣ୍ଡା କ୍ରେଟା କାର୍, ନଗଦ ୧୧ ଲକ୍ଷ ଟଙ୍କା , ଘରୁ ୮୫୦ ଗ୍ରାମ ସୁନା ତଥା ଲକରରୁ ୫୯୨ ଗ୍ରାମର ସୁନା ଠାବ କରିଛି ଭିଜିଲାନ୍ସ । ରମେଶ ଜଣେ ସାଧାରଣ ଡ୍ରାଇଭର ଭାବେ ଇନ୍ଦ୍ରାବତୀ ଡିଭିଜନରେ କାର୍ଯ୍ୟ କରୁଥିଲେ । ତାଙ୍କ ନିକଟରେ ଏତେ ପରିମାଣର ସମ୍ପତ୍ତି ଠାବ ହେଲା , ସେନେଇ ଭିଜିଲାନ୍ସ ପକ୍ଷରୁ ଛାନ୍ଭିନ୍ ଜାରି ରହିଛି । ସେହିପରି ଅନ୍ୟପଟେ ରମେଶ ଚନ୍ଦ୍ର ପଣ୍ଡା ସ୍ଥାନୀୟ ଅଞ୍ଚଳରେ ଲକ୍ଷ ଲକ୍ଷ ଟଙ୍କାର ସୁଧ କାରବାର ଲଗାଇଥିବାର ଭିଜିଲାନ୍ସକୁ ସୂଚନା ମିଳିଛି । ସେସବୁକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିବାକୁ ଭିଜିଲାନ୍ସ ଯୋଜନା କରିଛି ।