ରାଜ୍ୟ

କଟକ-ଭୁବନେଶ୍ୱରରେ ଦୋକାନୀଙ୍କ ପାଇଁ ଜାରି ହେଲା ଗାଇଡ୍‌ଲାଇନ୍‌

ଭୁବନେଶ୍ୱର(ସତ୍ୟଶିଖା): କଟକ-ଭୁବନେଶ୍ୱରରେ କେତେ ବେଳେ ଖୋଲିବ ଦୋକାନ? ଏଥିପାଇଁ ଗାଇଡ୍‌ଲାଇନ୍‌ ଜାରି କଲେ ପୁଲିସ କମିଶନର ଡକ୍ଟର ସୁଧାଂଶୁ ଷଡଙ୍ଗୀ। ଏହାକୁ ଅବମାନନା କଲେ ଉଭୟ ଦୋକାନୀ ଓ ଗ୍ରାହକଙ୍କୁ ଜୋରିମାନା ଦେବାକୁ ପଡ଼ିବ।

ନୂଆ ନିୟମ ଅନୁସାରେ ଦୋକାନରେ ସାମାଜିକ ଦୂରତ୍ୱ କଡ଼ାକଡ଼ି ଭାବେ ପାଳନ କରାଯିବ। ଦୋକାନରେ ଦୁଇ ଜଣ ବ୍ୟକ୍ତିଙ୍କ ମଧ୍ୟରେ ଦୂରତ୍ୱ ସର୍ବନିମ୍ନ ୬ ଫୁଟ ରହିବ। ଦୋକାନୀମାନେ ସାମାଜିକ ଦୂରତ୍ୱ ରଖିବାକୁ ପଦକ୍ଷେପ ନେବେ। କେବଳ ଅନୁମତିପ୍ରାପ୍ତ ଦୋକାନ ଖୋଲିବ। ଏଥିପାଇଁ ସମୟ ନିର୍ଘଣ୍ଟ କଡ଼ାକଡ଼ି ହେବ।

ଆହୁରି ପଢ଼ନ୍ତୁ

ସେହିପରି ଗ୍ରାହକମାନେ ସାମାଜିକ ଦୂରତ୍ୱ ନରଖିଲେ ଦୋକାନୀଙ୍କ ଭଳି ଦଣ୍ଡିତ ହେବେ। ଗ୍ରାହକ ଯଦି ସାମାଜିକ ଦୂରତ୍ୱ ନମାନନ୍ତି, ତାହାହେଲେ ୧୦୦କୁ ଜଣାଇବେ ଦୋକାନୀ। ଦୋକାନୀ ନିୟମ ଭଙ୍ଗ ନଜଣାଇଲେ ସମାନ ଭାବେ ଦାୟୀ ରହିବେ। ସବୁ ଦୋକାନୀ ଓ କର୍ମଚାରୀ ମାସ୍କ ପିନ୍ଧିବେ। ସାନିଟାଇଜର ରଖିବେ। ମାସ୍କ ପିନ୍ଧି ନଥିବା କୌଣସି ଗ୍ରାହକଙ୍କୁ ଦୋକାନ ଭିତରକୁ ଛାଡ଼ିବେନି। କେହି ପାନ ଓ ଗୁଟଖା ପାଟିରେ ରଖି ବାହାରକୁ ଯିବେନି। ଛେପ ପକାଇବେନି। ନିୟମ ଖିଲାପ କଲେ ଦୋକାନୀ ଓ ଗ୍ରାହକଙ୍କୁ ୫୦୦ ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡ଼ିବ। ମେ ୧ରୁ ଅଧିନିୟମ କାର୍ଯ୍ୟକାରୀ, ୬୦ ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ ରହିଛି।



[ad_2]

Show More
Back to top button