ଦେଶ

ଏପ୍ରିଲ ୧୫ ଯାଏ ସଂପୂର୍ଣ୍ଣ ଭାବେ ସିଲ୍‌ ହେଲା ୟୁପିର ୧୫ ଜିଲ୍ଲା

ଲକ୍ଷ୍ନୌ: ମହାମାରୀ କରୋନା ପାଇଁ ସାରା ଦେଶରେ ଜାରି ହୋଇଥିବା ଲକଡାଉନ ଆସନ୍ତା ୧୪ ତାରିଖ ରାତି ୧୨ଟାରେ ଶେଷ ହେବ। ଏହି ଲକଡାଉନ ଅବଧିକୁ ବୃଦ୍ଧି କରିବା ପାଇଁ କିଛି ରାଜ୍ୟ ଦାବି କରୁଛନ୍ତି। ତେବେ କେନ୍ଦ୍ର ସରକାର ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପୂର୍ବରୁ ଉତ୍ତର ପ୍ରଦେଶ ସରକାର ବଡ଼ ଘୋଷଣା କରିଛନ୍ତି।

ଆଜି ରାତି ୧୨ଟାରୁ ଆସନ୍ତା ଏପ୍ରିଲ ୧୫ ତାରିଖ ଯାଏ ୟୁପି ସରକାର ରାଜ୍ୟର ୧୫ଟି ଜିଲ୍ଲାକୁ ସଂପୂର୍ଣ୍ଣ ଭାବେ ସିଲ କରିଛନ୍ତି। ଅର୍ଥାତ ଏଠାକାର କୌଣସି ଲୋକ ବାହାରକୁ ବାହାରି ପାରିବେ ନାହିଁ କିମ୍ବା ବାହାର ଲୋକ ଏଠାକୁ ଆସି ପାରିବେ ନାହିଁ। ଏହି ୧୫ଟି ଜିଲ୍ଲାରେ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଶାସନ ପକ୍ଷରୁ ଲୋକଙ୍କ ଘରେ ପହଞ୍ଚା ଯିବ ବୋଲି ସରକାର ଘୋଷଣା କରିଛନ୍ତି। ସେହିପରି ଅଞ୍ଚଳରେ କର୍ଫ୍ୟୁ ପାସ୍‌ ଜରୁରୀ ସେବାରେ ନିୟୋଜିତ ଲୋକଙ୍କୁ ଯୋଗାଇ ଦିଆଯିବ।

ଆହୁରି ପଢ଼ନ୍ତୁ

ଯେଉଁ ୧୫ ଜିଲ୍ଲାକୁ ସଂପୂର୍ଣ୍ଣ ରୂପେ ସିଲ କରାଯାଇଛି ସେ ଗୁଡ଼ିକ ହେଲା-ଲକ୍ଷ୍ନୌ, ଆଗ୍ରା, ଗାଜିଆବାଦ, ଗୌତମବୁଦ୍ଧ ନଗର(ନୋଏଡା), କାନପୁର, ବାରାଣସୀ, ଶାମଲି, ମୀରଟ, ବରେଲୀ, ବୁଲନ୍ଦଶହର, ଫିରୋଜାବାଦ, ମହାରାଜଗଞ୍ଜ, ସୀତାପୁର, ସାହରନପୁର ଓ ବସ୍ତି।

ଉତ୍ତର ପ୍ରଦେଶ ମୁଖ୍ୟ ଶାସନ ସଚିବ କହିଛନ୍ତି, କରୋନା ମହାମାରୀକୁ ରୋକିବା ପାଇଁ ଏହି ୧୫ ଜିଲ୍ଲାକୁ ସିଲ କରାଯାଇଛି। ଆସନ୍ତା ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସ୍ଥିତିର ସମୀକ୍ଷା କରିବେ। ଏହାପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ବର୍ତ୍ତମାନ ସୁଦ୍ଧା ଉତ୍ତର ପ୍ରଦେଶର ୩୭ଟି ଜିଲ୍ଲାରେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

ବୁଧବାର ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨୬ ଛୁଇଁଛି। ଏହା ମଧ୍ୟରୁ ଦିଲ୍ଲୀର ତବଲିଗି ଜମାତ ଲିଙ୍କରେ ୧୦୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଜମାତ ସହ ସମ୍ପର୍କ ରଖିଥିବା ପ୍ରାୟ ୧୬ ଶହ ଲୋକଙ୍କୁ ସରକାର କ୍ୱାରେଣ୍ଟାଇନ କରି ରଖିଛନ୍ତି।

[ad_2]
Show More
Back to top button