

ସତ୍ୟଶିଖା( ନୀଳଗିରି ) ୧୦.୦୫.୨୦୨୧: ବାଲେଶ୍ୱର ନୀଳଗିରି ପୁଡ଼ାଶୁଳ ଛକରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ତାଙ୍କ ଗାଡ଼ି ସହ ଏକ ଟ୍ରାକ୍ଟରର ମୁହାଁମୁହିଁ ଧକ୍କା ହେବାରୁ କେନ୍ଦ୍ରମନ୍ତ୍ରୀ ଓ ପାଇଲଟ ସାମାନ୍ୟ ଆହତ ହୋଇଛନ୍ତି। ନୀଳଗିରି ମେଡିକାଲରେ ଉଭୟଙ୍କ ପ୍ରାଥମିକ ଚିକିତ୍ସା ପରେ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି।
ଖବର ଅନୁଯାୟୀ କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡଙ୍ଗୀ ନୀଳଗିରି ବଢ଼େଇପଲା ଅଞ୍ଚଳକୁ ଜଣେ କିଡନୀ ରୋଗୀଙ୍କୁ ସହାୟତା ପାଇଁ ଯାଉଥିବା ବେଳେ ପୋଡ଼ାଶୋଳ ନିକଟରେ ଟ୍ରାକ୍ଟର ତାଙ୍କ ଗାଡିକୁ ଧକ୍କା ଦେଇଥିଲା। ମନ୍ତ୍ରୀଙ୍କ ଗାଡ଼ିର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଛି। କେନ୍ଦ୍ରମନ୍ତ୍ରୀଙ୍କ ମୁହଁ, ନାକ, ଓ ବାମ ଗୋଡ଼ରେ ଆଘାତ ଲାଗିଛି। ଟ୍ରାକ୍ଟର ଚାଳକକୁ ନୀଳଗିରି ପୋଲିସ ଅଟକ ରଖି ପଚରା ଉଚରା କରିଥିବା ଜଣାପଡିଛି।