‘ଆମକୁ ମାରି ଦିଅ ପଛେ ଇସଲାମ ଧର୍ମ ଗ୍ରହଣ କରିବୁନି’


ଇସଲାମାବାଦ: ପାକିସ୍ତାନରେ ପୁଣି ସଂଖ୍ୟାଲଘୁ ମାନେ ଧାର୍ମିକ ଉତ୍ପୀଡନାର ଶିକାର ହୋଇଥିବା ଅଭିଯୋଗ ହୋଇଛି। ସିନ୍ଧୁ ପ୍ରାନ୍ତରେ ଥିବା ହିନ୍ଦୁମାନେ ପ୍ଲାଗ୍ କାର୍ଡ ଧରି ଇସଲାମ ସମୁଦାୟଙ୍କ ବିରୋଧରେ ଆଣିଛନ୍ତି ସାଂଘାତିକ ଅଭିଯୋଗ। ଇସଲାମିକ ସମୁଦାୟର ତବଲିଗି ଜମାତମାନେ ତାଙ୍କୁ ଘରୁ ତଡ଼ିଦେବା ସହିତ ଘର ଭାଙ୍ଗି ଦେଇଥିବା ଅଭିଯୋଗ ଆଣିଛନ୍ତି ସଂଖ୍ୟାଲଘୁ। ଏମିତିକି ଇସଲାମ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରାଯାଉଥିବା ସେମାନେ ଅଭିଯୋଗ ଆଣିଛନ୍ତି। ଇସଲାମ ଧର୍ମ ଗ୍ରହଣ ନକରିବାରୁ ଜଣେ ନାବାଳକକୁ ଅପହରଣ କରାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି।
“We will prefer to die but will never ever convert to Islam”
This brave Hindu lady says that their properties are grabbed, homes are demolished,are beaten, forced to leave, demanded to convert to get their homes back by Islamic Tabligi Jamat in Nasur Pur, Matiari, Sindh-Paksistan https://t.co/9B45itGGkM pic.twitter.com/pC5IFZrdA8— Rahat Austin (@johnaustin47) May 16, 2020
ତବଲିଗି ଜମାତ ବିରୋଧରେ ନାରା ଦେଇ ହାତରେ ପ୍ଲାଗ କାର୍ଡ ଧରି ହିନ୍ଦୁ ମହିଳା, ଛୋଟ ପିଲା ଆଦି ରାସ୍ତାକୁ ଓହ୍ଲାଇଥିବା ଦେଖିବାକୁ ମିଳିଛି। ଏହି ସମୟରେ ସେମାନେ କହିଛନ୍ତି, ଆମେ ପଛେ ତବଲିଗି ଜମାତ ହାତରେ ମରିଯିବୁ, ହେଲେ ଇସଲାମ ଧର୍ମ ଗ୍ରହଣ କରିବୁ ନାହିଁ। ତବଲିଗି ଜମାତ ମାନେ ସେମାନଙ୍କ ସମ୍ପତ୍ତି ହଡ଼ପ କରିବା ସହିତ ତାଙ୍କୁ ମାଡ଼ ମାରିଥିବା ମହିଳାମାନେ ଅଭିଯୋଗ କରିଛନ୍ତି। ଯଦି ଇସଲାମ ଧର୍ମ ଗ୍ରହଣ କରିବେ ତା’ହେଲେ ସେମାନଙ୍କୁ ତାଙ୍କ ଜମି ଫେରାଇ ଦିଆଯିବ ବୋଲି ତବଲିଗି ଜମାତ କହୁଥିବା ଆନ୍ଦୋଳନକାରୀ ମହିଳା କହିଛନ୍ତି।
ଆହୁରି ପଢ଼ନ୍ତୁ
ସେହିପରି ଆଉ ଏକ ଭିଡିଓରେ ତଳେ ଶୋଇ ରହି ଜଣେ ମହିଳା ଅପହରଣର ଶିକାର ହୋଇଥିବା ତାଙ୍କ ପୁଅକୁ ଛାଡ଼ିବା ପାଇଁ ତବଲିଗିଙ୍କୁ ଅନୁରୋଧ କରୁଥିବା ଦେଖିବାକୁ ମିଳିଛି।
Homes of Bheel Hindus demolished, people tortured, a boy is abducted by leader of Islamic Tabligi Jamat in Nasur Pur, Matiari, Sindh-Pakistan.
They are demanded to converted to get back homes & son.This woman begging for son say, they prefer to die but will not convert to islam pic.twitter.com/rZNSbF9Nn0— Rahat Austin (@johnaustin47) May 16, 2020
ସୂଚନାଯୋଗ୍ୟ, ପାକିସ୍ତାନର ସିନ୍ଧ ଏବଂ ପଞ୍ଜବ ପ୍ରାନ୍ତରେ ହିନ୍ଦୁ ଏବଂ ଖ୍ରୀଷ୍ଟ୍ରିଆନ ଧର୍ମାବଲମ୍ୱୀ ଧାର୍ମିକ ଉତ୍ପୀଡନର ଶିକାର ହୋଇଥିବା ଦେଖିବାକୁ ମିଳିଛି। ନିକଟରେ ପାକିସ୍ତାନର ମାନବାଧିକାର କମିଶନ ମଧ୍ୟ ଏହାକୁ ଗ୍ରହଣ କରିଥିଲା। ଇମ୍ରାନ୍ ଖାନ୍ ସରକାର ସମୟରେ ଏଭଳି ଧାର୍ମିକ ଉତ୍ପୀଡନା ଅଧିକ ବଢ଼ିଥିବା ପାକିସ୍ତାନର ମାନବାଧିକାର କମିଶନ କହିଥିଲେ।
[ad_2]