ନ୍ୟୁଜ୍ରାଜ୍ୟ

ଆସୁଛି ଆଉ ୨ଟି ଲଘୁଚାପ !

ସତ୍ୟଶିଖା( ଭୁବନେଶ୍ୱର )୦୭.୧୧.୨୦୨୨:   ପୁଣି ଅଶାନ୍ତ ହେବ ବଙ୍ଗୋପସାଗର । ଆସୁଛି ଆଉ ୨ଟି ଲଘୁଚାପ । ପଛକୁ ପଛ ସୃଷ୍ଟି ହୋଇପାରେ । ଏନେଇ ପୂର୍ବାନୁମାନ କରିଛନ୍ତି ଆମେରିକା ପାଣିପାଗ ସଂସ୍ଥା ଆକ୍ୟୁ େଓ୍ଵଦର ପାଣିପାଗ ବିଜ୍ଞାନୀ ଜାସନ୍‌ ନିକୋଲସ୍‌ ।ଚଳିତ ସପ୍ତାହ ଶେଷ ଆଡକୁ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ।

ଏଥିପାଇଁ ପାଗ ଅନୁକୂଳ ରହିଛି । ସେହିପରି ଆସନ୍ତା ୧୫ ତାରିଖ ସପ୍ତାହରେ ଦକ୍ଷିଣ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ବଳୟ ସୃଷ୍ଟି ହେବା ନେଇ ଆକଳନ କରିଛନ୍ତି ଜାସନ୍‌ ନିକୋଲ୍‌ସ । ତେବେ ସମ୍ଭାବ୍ୟ ଲଘୁଚାପ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୌଣସି ପୂର୍ବାନୁମାନ କରା ଯାଇନି ।
Show More
Back to top button