ରାଜ୍ୟ

ଆଜି ବିଜୁ ବାବୁଙ୍କ ଶ୍ରାଦ୍ଧବାର୍ଷିକୀ; ଟ୍ୱିଟ୍ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ସତ୍ୟଶିଖା): ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୩ ତମ ପୁଣ୍ୟ ତିଥି। ଏହି ଅବସରରେ ଟ୍ୱିଟ୍‌ କରି ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ଟ୍ୱିଟ୍‌ ମାଧ୍ୟମରେ ସେ କହିଛନ୍ତି, ସବୁବେଳେ ଲୋକଙ୍କ ସହ ରହିବା ଏବଂ ପ୍ରତିଟି ଲୋକର କଲ୍ୟାଣ ଓ ଉନ୍ନତି ପାଇଁ କାର୍ଯ୍ୟ କରିବା ବିଜୁବାବୁଙ୍କ ମନ୍ତ୍ର ଥିଲା। ଯାହା ଲୋକଙ୍କ ସେବା ପାଇଁ ଆମକୁ ଅନୁପ୍ରାଣିତ କରି ଆସିଛି।

ଚଳିତଥର ସମ୍ପୂର୍ଣ୍ଣ ନିରାଡ଼ମ୍ବର ଭାବେ ବିଜୁବାବୁଙ୍କ ଶ୍ରାଦ୍ଧବାର୍ଷିକୀ ପାଳନ କରାଯାଇଛି। ସାରା ବିଶ୍ୱ ବର୍ତ୍ତମାନ କରୋନା ମହାମାରୀକୁ ମୁକାବିଲା କରୁଥିବା ବେଳେ ଏହାକୁ ନିରାଡ଼ମ୍ବର ଭାବେ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ।

ଆହୁରି ପଢ଼ନ୍ତୁ

ସେହିପରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ଟ୍ୱିଟ୍ କରି ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସେ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି ଯେ, ଭୂମିପୂତ୍ର  ବିଜୁ ପଟ୍ଟନାୟକ ଆଧୁନିକ ଓଡ଼ିଶାର ବଡ଼ ନେତା ଓ ସେ ସମୟର ପ୍ରମୁଖ ଜାତୀୟ ନେତା ଥିଲେ।  ତାଙ୍କ ଛାପ ଆଜି ବି ରହିଛି ଓ  ତାଙ୍କ ଆଦର୍ଶ ଆମକୁ ପ୍ରେରଣା ଦେଉଥିବ।

ଏହାସହ ବିଜୁ ବାବୁଙ୍କ ଶେଷକୃତ୍ୟ ବେଳର ଫଟୋ ମଧ୍ୟ ବୈଜୟନ୍ତ ଟ୍ୱିଟ୍ କରିଛନ୍ତି ।



[ad_2]

Show More
Back to top button