ଖେଳ

ଆଇପିଏଲ ନ ହେଲେ କଟିବ ଦରମା, ବିସିସିଆଇ ସହିବ ୪୦୦୦ କୋଟିର କ୍ଷତି

ନୂଆଦିଲ୍ଲୀ: ମହାମାରୀ କରୋନା ପାଇଁ ଆଇପିଏଲର ୧୩ତମ ସଂସ୍କରଣ ଅନୁଷ୍ଠିତ ହେବାର ଆଶା ଧୀରେଧୀରେ ମଉଳିବାରେ ଲାଗିଛି। ମାର୍ଚ୍ଚ ୨୯ ତାରିଖରୁ ଆଇପିଏଲ ଆରମ୍ଭ ହେବାର ଥିଲ। କିନ୍ତୁ କରୋନା ପାଇଁ ଦେଶରେ ମାର୍ଚ୍ଚ ୨୫ରୁ ହିଁ ଲକଡାଉନ ଲାଗୁ ହେବାରୁ ଏହାକୁ ଏପ୍ରିଲ ୧୪ ଯାଏ ଘୁଞ୍ଚା ଯାଇଥିଲା। ତେବେ ଲକଡାଉନ ପୁଣି ବଢ଼ିବାରୁ ଏବେ ଆଇପିଏଲ କେବେ ହେବ, ତା’ର ଉତ୍ତର କାହା ପାଖରେ ନାହିଁ।

ଏସବୁ ଭିତରେ ବିସିସିଆଇ ବସ ସୌରଭ ଗାଙ୍ଗୁଲି ଦରମା କାଟ, ଆଇପିଏଲ ଓ ଟିମ ଇଣ୍ଡିଆର ଅଷ୍ଟ୍ରେଲିଆ ଟୁର ସମ୍ପର୍କରେ ମତ ରଖିଛନ୍ତି। ଯଦି ଆଇପିଏଲର ୧୩ତମ ସଂସ୍କରଣ ନ ହେବ, ତା’ହେଲେ ବିସିସିଆଇ ୪ ହଜାର କୋଟି ଟଙ୍କାର କ୍ଷତି ସହିବ। ଫଳରେ ବାଧ୍ୟ ହୋଇ ଦରମା କାଟର ବ୍ୟବସ୍ଥା ଆପଣା ଯିବ।

ଗାଙ୍ଗୁଲି କହିଛନ୍ତି, ଯଦି ଚଳିତ ବର୍ଷ ଆଇପିଏଲ ଅନୁଷ୍ଠିନ ହେବ, ତା’ହାଲେ ବିସିସିଆଇ କେବେ ପେ’ କଟ୍ ବିକଳ୍ପକୁ ଆପଣାଇବ ନାହିଁ। ସେହିପରି ଯଦି କରୋନା ମହାମାରୀ ପାଇଁ ଆଇପିଏଲ ବନ୍ଦ ହୋଇଯିବ, ତା’ହେଲେ ବିସିସିଆଇକୁ ପ୍ରାୟ ୪ ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିବ।

ଆହୁରି ପଢ଼ନ୍ତୁ

ବର୍ତ୍ତମାନ ପେ କଟ୍‌ ଉପରେ କୌଣସି ନିଷ୍ପତ୍ତି ହୋଇନାହିଁ। ଆମ ପାଖରେ କେତେ ଟଙ୍କା ଅଛି, ତା’ର ସମୀକ୍ଷା କରିବୁ। ଏହାପରେ ପେ’ କଟ୍‌ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବୁ। ଏବେ ଠାରୁ କିଛି କହିବା ଠିକ ହେବନାହିଁ। ୪ ହଜାର କୋଟି ଟଙ୍କା କ୍ଷତି ଏକ ବଡ଼ ପରିମାଣ ବୋଲି ସେ କହିଛନ୍ତି।

ଚଳିତ ବର୍ଷ ଟିମ୍‌ ଇଣ୍ଡିଆର ଅଷ୍ଟ୍ରେଲିଆ ଗସ୍ତ ସମ୍ପର୍କରେ ଗାଙ୍ଗୁଲି କହିଛନ୍ତି, ୫ଟି ଟେଷ୍ଟ ଖେଳିବା ବୋଧେ ସମ୍ଭବ ହେବନାହିଁ। ଟେଷ୍ଟ ପରେ ସୀମିତ ଓଭର ମ୍ୟାଚ୍ ରହିଛି। ସେହିପରି ଆମକୁ ୧୪ ଦିନିଆ କ୍ୱାରେଣ୍ଟାଇନ ଗାଇଡଲାଇନ ମଧ୍ୟ ପାଳନ କରିବାକୁ ହେବ। ଏସବକୁ ମିଶାଇଲେ ଟୁର ନିଶ୍ଚିତ ଭାବେ ଲମ୍ବା ହୋଇଯିବ। ଏହାକୁ ଆମକୁ ଧ୍ୟାନରେ ରଖିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ଭାରତ ଟି-୨୦ ସିରିଜ ଖେଳିବାକୁ ଅକ୍ଟୋବରରେ ଅଷ୍ଟ୍ରେଲିଆ ଯିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସେହିଠାରେ ଟି-୨୦ ବିଶ୍ୱକପ ଖେଳିବ। ଏହାପରେ ୪ଟି ଟେଷ୍ଟ ମ୍ୟାଚ୍ ଖେଳିବାର କାର୍ଯ୍ୟକ୍ରମ ରହିଛି।

[ad_2]
Show More
Back to top button