ଜୀବନମନ୍ତ୍ରରାଜ୍ୟଶିକ୍ଷା

ବୁଧବାରଠୁ ଯୁକ୍ତ ୩ ଦ୍ବିତୀୟ ବର୍ଷ ଏବଂ ପିଜି ପ୍ରଥମ ବର୍ଷ ପାଠପଢା

ସତ୍ୟଶିଖା (ଭୁବନେଶ୍ୱର) ୦୯/୦୨/୨୦୨୧ : ଆସନ୍ତାକାଲିଠାରୁ ଖୋଲିବ ଯୁକ୍ତ ୩ ଦ୍ବିତୀୟ ବର୍ଷ ଏବଂ ପିଜିର ପ୍ରଥମ ବର୍ଷ । କୋଭିଡ୍ ଗାଇଡ୍ ଲାଇନ୍ ଅନୁସାରେ କ୍ଲାସ୍ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି । ସବୁ କଲେଜ ଏବଂ ବିଶ୍ବବିଦ୍ୟାଳୟକୁ ଏ ନେଇ ନିର୍ଦ୍ଦେଶ ଦିଆଯାଇଛି । ଛାତ୍ରଛାତ୍ରୀମାନେ ଯେମିତି ଠିକ୍ ସେ ହଷ୍ଟେଲରେ ରହିବେ, ମାସ୍କ ପିନ୍ଧିବେ, ହାତ ସାନିଟାଇଜ କରିବେ ଏବଂ କିଭଳି ସାମାଜିକ ଦୂରତ୍ବ ରକ୍ଷା କରିବେ, କୋଭିଡ୍ ନିୟମ ପାଳନ କରିବେ ସେଥିପାଇଁ ସମସ୍ତ ବ୍ୟବସ୍ଥା କରିବା ନେଇ ନିର୍ଦ୍ଦେଶରେ ଦର୍ଶାଯାଇଛି । ଏ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନ ଦେଇଛନ୍ତି ।

ପୂର୍ବରୁ ଆସନ୍ତା ୧୦ତାରିଖରୁ ପିଜି ଓ ୟୁଜିରେ ପାଠପଢା ଆରମ୍ଭ ହେବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଘୋଷଣା କରିଥିଲେ । ଆସନ୍ତା ୧୦ ରୁ ଯୁକ୍ତ ୩ ଦ୍ବିତୀୟ ବର୍ଷ ଓ ପିଜି ପ୍ରଥମ ବର୍ଷ ପାଇଁ କଲେଜରେ ପାଠପଢା ଆରମ୍ଭ ହେବ । ଏଥିପାଇଁ ଫେବ୍ରୁଆରୀ ୮ରୁ କଲେଜ, ବିଶ୍ବବିଦ୍ୟାଳୟ ଓ ହଷ୍ଟେଲ ଖୋଲିଛି । ସମସ୍ତ ଶ୍ରେଣୀଗୃହ ଓ ହଷ୍ଟେଲରେ କୋଭିଡ୍ ୧୯ ନିୟମାବଳୀ ଅନୁଯାୟୀ ପାଠପଢା ଆରମ୍ଭ ହେବ । ମାସ୍କ ବାଧ୍ୟତାମୂଳକ ସହ ଶ୍ରେଣୀଗୃହ, ଲାଇବ୍ରେରୀ ଓ ଲାବ୍ରୋଟୋରୀ ସହ ୬ଫୁଟର ସାମାଜିକ ଦୂରତା ରଖାଯିବ । ହାତକୁ ଧୋଇବା ଓ ସାନିଟାଇଜ ବାଧ୍ୟତାମୂଳକ କରାଯାଇଛି ।

ସେହିପରି ୟୁଜି କୋର୍ସର ତୃତୀୟ ସେମିଷ୍ଟର ଏବଂ ୪ବର୍ଷ ୟୁଜି କୋର୍ସର ପଞ୍ଚମ ସେମିଷ୍ଟର ପରୀକ୍ଷା ୧୯ ଏପ୍ରିଲ ୩୦ ଏପ୍ରିଲ ମଧ୍ୟରେ ହେବ । ଏହାପରେ ମେ ୩୧ରେ ପରୀକ୍ଷା ଫଳ ପ୍ରକାଶ ପାଇବ । ପିଜି ପ୍ରଥମ ସେମିଷ୍ଟର ପରୀକ୍ଷା ୭ ଜୁନରୁ ୧୯ ଜୁନ୍ ପର୍ଯ୍ୟନ୍ତ ହେବ । ୨୦ ଜୁଲାଇ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଥିଲେ ।

Show More
Back to top button