ଅପରାଧନ୍ୟୁଜ୍ରାଜ୍ୟ

ନିଶା କାରବାରକୁ ବିରୋଧ କରିବାରୁ ଯୁବକଙ୍କୁ ହତ୍ୟା

ସତ୍ୟଶିଖା( ଭୁବନେଶ୍ୱର )୧୦.୦୯ . ୨୦୨୨:  ପୁଣି ରାଜଧାନୀରେ ହତ୍ୟାକାଣ୍ଡ। ନିଶା କାରବାରକୁ ବିରୋଧ କରିବାକୁ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ନିଶା ବେପାରୀମାନେ ଯୁବକଙ୍କୁ ସଂଘବଦ୍ଧ ଭାବେ ବାଡ଼େଇବା ସହ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଘଟିଛିଭୁବନେଶ୍ୱର ୟୁନିଟ୍-୮ର ନାରାୟଣୀ ବସ୍ତି ଅଞ୍ଚଳରେ। ମୃତ ଯୁବକ ଜଣଙ୍କ ହେଲେ ୟୁନିଟ୍-୮ ତୁଳସୀ ବସ୍ତିର ପି. ସୁବ୍ରତ ରାଓ ଓରଫ ଚନ୍ଦୁ।

ଗତ ରାତିରେ ୟୁନିଟ୍-୮ର ନାରାୟଣୀ ବସ୍ତି ଅଞ୍ଚଳରେ ଚନ୍ଦୁଙ୍କୁ ନିଶା ବେପାରୀମାନେ ପିଟିବା ସହ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ଚନ୍ଦୁଙ୍କୁ ପରିବାର ଲୋକେ ଉଦ୍ଧାର କରି  କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରିଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲ॥

ଚନ୍ଦୁଙ୍କ ଭଉଣୀଙ୍କ ଅଭିଯୋଗ ଅନୁସାରେ, ବସ୍ତି ଅଞ୍ଚଳରେ ଅବାଧ ନିଶା କାରବାର ଚାଲିଥିଲା। ପୂର୍ବରୁ ନିଶା ନିବାରଣ କେନ୍ଦ୍ରରେ ସମୟ କାଟି ଫେରିଥିବା ଚନ୍ଦୁ ଏହାକୁ ବିରୋଧ କରି ଆସୁଥିଲେ। ଫଳରେ ନିଶା ବେପାରୀମାନେ ଆକ୍ରୋଶ ରଖି ତାଙ୍କୁ ଆକ୍ରମଣ କରିବା ଲାଗି ଧମକ ମଧ୍ୟ ଦେଉଥିଲେ । ଶେଷରେ ସେହିମାନେ ମୋ  ଭାଇଙ୍କୁ ପିଟିପିଟି ହତ୍ୟା କରିଛନ୍ତି।

ଚନ୍ଦୁଙ୍କ ଭାଇଙ୍କ ଅଭିଯୋଗ ଅନୁସାରେ, ନିଶା କାରବାର ନେଇ ପୁଲିସକୁ ଖବର ଦେବାରୁ ରାଗ ରଖି ନିଶା ବେପାରୀମାନେ ମୋ ଭାଇକୁ ହତ୍ୟା କରିଛନ୍ତି।

ସୂଚନାଯୋଗ୍ୟ, କିଛି ଦିନ ତଳେ ଭୁବନେଶ୍ୱର ଡିସିପ ଅଫିସ ସମ୍ମୁଖରେ ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିଲେ  ଦୁର୍ବୃତ୍ତ।

ପାର୍ବଣ ଋତୁ ଚାଲିଥିବାରୁ କମିଶନରେଟ୍ ପୁଲିସ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି। ରାତିରେ ବିଭିନ୍ନ ଛକରେ ପୁଲିସ ପଇନ୍ତରା ମାରୁଛନ୍ତି। ଏହା ସତ୍ତ୍ୱେ ବି ଅପରାଧୀମାନେ ଜନ ଗହଳି ସ୍ଥାନରେ ହତ୍ୟାକାଣ୍ଡ ଘଟାଇ ପୁଲିସକୁ ଖୋଲା ଚ୍ୟାଲେଞ୍ଜ  ଦେଇଛନ୍ତି।
Show More
Back to top button