ସତ୍ୟଶିଖା (ଭୁବନେଶ୍ୱର) ୦୬/୦୧/୨୦୨୧ : ରାଜଧାନୀରେ ପୁଣି ଏକ ସାଇବର ଠକାମିର ନମୁନା ସାମ୍ନାକୁ ଆସିଛି । ବ୍ୟାଙ୍କ୍ ଚାକିରି ମୋହରେ ଜଣେ ଯୁବତୀ ଏକ ଲକ୍ଷ ୧୩ ହଜାର ଟଙ୍କା ହରାଇଛନ୍ତି । ପର୍ଯ୍ୟାୟକ୍ରମେ ଧୂର୍ତ୍ତଜଣକ ଏତେ ଟଙ୍କା ଠକିନେବା ପରେ ଯୁବତୀଙ୍କ ଚେତା ପଶିଥିଲା ଓ ସେ କମିସନରେଟ୍ ପୁଲିସର ଦ୍ବାରସ୍ଥ ହୋଇଛନ୍ତି । ସାଇବର ଥାନା ପରେ ଏବେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ, ଖଣ୍ଡଗିରି ଅଞ୍ଚଳରେ ରହୁଥିବା ଏହି ଯୁବତୀ ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ । କିଛି ଦିନ ତଳେ ସେ ଚାକିରି ହରାଇଥିଲେ । ହଠାତ୍ ଦିନେ ସେ ଅନ୍ଲାଇନ୍ରେ ଏଚ୍ଡିଏଫ୍ସି ବ୍ୟାଙ୍କ ଆକାଉଣ୍ଟାଣ୍ଟ ଚାକିରି ପାଇଁ ଦରଖାସ୍ତ ଆହ୍ବାନ କରାଯାଇଥିବା ଦେଖି ଆବେଦନ କରିଥିଲେ । ନଭେମ୍ବର ୧୮ ତାରିଖରେ ସେ ଅନ୍ଲାଇନ୍ରେ ଆବେଦନ କରିଥିଲେ । ପରେ ସେହି ମାସ ୨୨ତାରିଖରେ କନ୍ସଲ୍ଟାନ୍ସି ଫ୍ରେସର୍ ଵାର୍ଲଡ୍ ନାଁରେ ଏକ ସଂସ୍ଥାରୁ ତାଙ୍କ ପାଖକୁ ଫୋନ୍ କଲ୍ ଆସିଥିଲା ।
ସାଇବର ଠକ ଜାଲରେ ଯୁବତୀ
