

ସତ୍ୟଶିଖା(ଭୁବନେଶ୍ୱର ) ୩୧.୧୨.୨୦୨୧: ଆସନ୍ତାବର୍ଷ ସୁନା କିଣିବା ଲାଗି ଅଧିକ ଟଙ୍କା ଗଣିବାକୁ ପଡ଼ିପାରେ । ଓମିକ୍ରନ ଭାରିଆଣ୍ଟ ବ୍ୟାପୁଥିବାରୁ ସାରା ବିଶ୍ୱରେ ପୁଣି ଥରେ ଏକ ଅନିଶ୍ଚିତତାର ସ୍ଥିତି ସୃଷ୍ଟି ହୋଇଛି । ସେଥିପାଇଁ ସୁନା ଦାମ୍ ବଢ଼ିବ । ୨୦୨୧ରେ ମହାମାରୀର ଦ୍ୱିତୀୟ ଲହର ଯୋଗୁଁ ଦେଖାଦେଇଥିବା ଅନିଶ୍ଚିତତା ପ୍ରଭାବରେ ଅଗଷ୍ଟ ମାସ ସୁଦ୍ଧା ସୁନା ମୂଲ୍ୟ ୫୬,୨୦୦ ଟଙ୍କା ଭଳି ସ୍ତରରେ ପହଞ୍ଚିଯାଇଥିଲା ।
ଏବେ ତାହା ୪୮ ହଜାର ଟଙ୍କା ଭଳି ସ୍ତରକୁ ଖସିଆସିଛି । ୨୦୨୨ରେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୫୫ ହଜାର ଟଙ୍କା ପର୍ଯ୍ୟନ୍ତ ପହଞ୍ଚିବ ବୋଲି ଆକଳନ କରାଯାଇଛି । ଟଙ୍କା ତୁଳନାରେ ଡଲାର ମହଙ୍ଗା ହେଉଥିବାରୁ ସୁନା ଆମଦାନି ପାଇଁ ଅଧିକ ଗଣିବାକୁ ପଡ଼ିବ । ତାହା ଖୁଚୁରା ଦରବୃଦ୍ଧିର କାରଣ ହେବ ।