ନ୍ୟୁଜ୍ରାଜ୍ୟସ୍ୱାସ୍ଥ୍ୟ

ଭୁବନେଶ୍ୱରରେ କରୋନା ମାଡ଼ିଚାଲିଛି : ଆଜି ପୁଣି ୧୧୮ ପଜିଟିଭ୍‌ ଚିହ୍ନଟ l

ସତ୍ୟଶିଖା ( ଭୁବନେଶ୍ୱର ) ୦୨.୦୮.୨୦୨୦ :  ରାଜଧାନୀ ଭୁବନେଶ୍ୱରରେ ମାଡ଼ିଚାଲିଛି କରୋନା । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଗ୍ରାଫ ଉର୍ଦ୍ଧ୍ୱଗାମୀ ହେବାରେ ଲାଗିଛି ।  ଆଜି ପୁଣି ରାଜଧାନୀରୁ ୧୧୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୯ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୪୯ ଜଣ ଚିହ୍ନଟ ହୋଇଛନ୍ତି । ଏହା ସହ ରାଜଧାନୀରେ ୧୨୫ଜଣ ସୁସ୍ଥ ହୋଇଛନ୍ତି । ଏହି କ୍ରମରେ ଭୁବନେଶ୍ୱରରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୯୭୯କୁ ବୃଦ୍ଧି ପାଇଛି । ୧୬୯୧ ଜଣ ସୁସ୍ଥ ହୋଇଥିବା ବେଳେ ୧୨୬୮ ଜଣ ଚିକିତ୍ସିତ ଅବସ୍ଥାରେ ଅଛନ୍ତି । ୧୮ ଜଣଙ୍କର ମୃତ୍ୟୁ ଘଟିଛି । ଏନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।

 

Show More
Back to top button