

ସତ୍ୟଶିଖା(: ଢେଙ୍କାନାଳ ) ୧୯.୦୮ .୨୦୨୧ : ପାନ ଦୋକାନ ଠାରୁ ଆରମ୍ଭକରି ହୋଲସେଲ୍ ରିଟେଲର । ବେପାର ବଣିଜ କରିବାକୁ ହେଲେ ନିଶ୍ଚିତ କରିବାକୁ ପଡିବ ଟ୍ରେଡ୍ ଲାଇସେନ୍ସ । ନକଲେ ହେବ ଦୋକାନ ସିଲ୍ । ଦୋକାନୀ ମାନେ ଗଣିବେ ଫାଇନ୍ । ଯୋରନ୍ଦା ମାର୍କେଟର ପ୍ରତିଟି ଦୋକାନୀ ମାନଙ୍କୁ ଚେତାଇ ଦେଇଛି ଜିଲ୍ଲା ଯୋଗାଣ ବିଭାଗ । ଏକ ପ୍ରକାର ବାଧ୍ୟତା ମୁଳକ କରାଯାଉଥିବା ବେଳେ କେବେ ବି ଟ୍ରେଡ୍ ଲାଇସେନ୍ସ କରିନଥିବା ବହୁ ଦୋକାନୀଙ୍କ ମଧ୍ୟରେ ଏନେଇ ଭାଳେଣୀ ପଡିଯାଇଛି । ମଳିଥିବା ସୁଚନା ମୁତାବକ, ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ୍ ଅନ୍ତର୍ଗତ ଯୋରନ୍ଦା ବଜାର ଉପରେ ୫୦୦ ରୁ ଅଧିକା ଦୋକାନ ରହିଛି ।
ଉକ୍ତ ବଜାରରେ ଦିନକୁ ଦିନ ଶହ ଶହ ସଂଖ୍ୟାରେ ଦୋକାନ ଗଢି ଉଠୁଥିବା ଦେଖିବାକୁ ମିଳୁଛି । ତେବେ ଉକ୍ତ ଦୋକାନ ଗୁଡିକ ବିନା କାଗଜ ପତ୍ରରେ ନିଜର ବେପାର ବଣିଜ କରୁଥିବା ଜଣାପଡିଛି । ବର୍ଷ ବର୍ଷ ଧରି ବିନା ଟ୍ରେଡ୍ ଲାଇସେନ୍ସରେ ବେପାର କରୁଛନ୍ତି । ଜିଲ୍ଲା ପ୍ରଶାସନ ତରଫରୁ ଭିନ୍ନ ଭିନ୍ନ ବେପାର ପାଇଁ ଭିନ୍ନ ଭିନ୍ନ ଦର ଧାର୍ଯ୍ୟ କରାଯାଇଛି । ପ୍ରତି ଏହି ଲାଇସେନ୍ସର ନବିକରଣର ବ୍ୟବସ୍ଥା ରହିଛି । ତେବେ ଏହି ନିୟମକୁ କଡାକଡି ପାଳନ କରିବାକୁ ପ୍ରଶାସନ ଏ ଦିଗରେ ଜୋର ଦେଇଛି । ତେବେ ଆଗାମୀ ଦିନରେ ବିନା ଲାଇସେନ୍ସରେ ବୋପାର କରୁଥିବା ଦୋକାନ ଗୁଡିକୁ ସିଲ୍ କରାଯିବ ବୋଲି ପରାମର୍ଶ ଦେଇଛନ୍ତି ।