ସତ୍ୟଶିଖା ୦୩/୦୨/୨୦୨୧ : ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ( ଆରଟିଓ)ର ଏଣିକି କୌଣସି ନିର୍ଦ୍ଦିଷ୍ଟ ସୀମା ରହିବ ନାହିଁ । ଗାଡ଼ି ମାଲିକଙ୍କ ସୁବିଧା ପାଇଁ ରାଜ୍ୟ ସଡ଼କ ପରିବହନ କର୍ତ୍ତୃପକ୍ଷ (ଏସ୍ଟିଏ) ପ୍ରଚଳିତ ବ୍ୟବସ୍ଥାକୁ କୋହଳ କରିଛନ୍ତି । ଗାଡ଼ି ମାଲିକ ରାଜ୍ୟର ଯେ କୌଣସି ଆର୍ଟିଓରେ ନିଜ ସୁବିଧା ଅନୁସାରେ ସେମାନଙ୍କ କାମ କରାଇପାରିବେ । ଯେଉଁ ଆରଟିଓରେ ଗାଡି ପଞ୍ଜିକୃତ କରିଥାନ୍ତୁ ନା କାହିଁକି ସେମାନେ ନବୀକରଣ ରାଜ୍ୟର କୌଣସି ଆରଟିଓରେ ବି କରିପାରିବେ । ମାଲିକ ନିଜ ସୁବିଧା ଅନୁସାରେ ଅନଲାଇନରେ ସେମାନଙ୍କ ରେଜିଷ୍ଟ୍ରେସନ ସାର୍ଟିଫିକେଟ( ଆରସି) ନବୀକରଣ କରିପାରିବେ । ଏଥିସହିତ ମାଲିକାନା ହସ୍ତାନ୍ତର, ଠିକଣା ପରିବର୍ତ୍ତନ, ଡ୍ରାଇଭିଂ ଲାଇସେନ୍ସ( ଡିଏଲ୍) ନବୀକରଣ ମଧ୍ୟ କରାଇପାରିବେ । ଏଥିପାଇଁ ଗାଡ଼ିମାଲିକଙ୍କୁ ଆଉ ନିର୍ଦିଷ୍ଟ ଆରଟିଓ ଉପରେ ନିର୍ଭର କରିବାକୁ ପଡିବନାହିଁ । ସମସ୍ତ ଆବେଦନ ଅନଲାଇନରେ ହିଁ ହେବ ।
ଯେକୌଣସି ଆରଟିଓରେ ଚାହିଁବେ ସେଠାରେ କରିପାରିବେ ଗାଡି କାଗଜପତ୍ର
