ବିନା ପିଆଜ,ରସୁଣରେ ଦହି ଚିକେନ୍ ତରକାରୀ


ସତ୍ୟଶିଖା (ଭୁବନେଶ୍ୱର )୦୩.୧୧.୨୦୨୩ : ବିନା ପିଆଜ,ରସୁଣରେ ଦହି ଚିକେନ୍ ତରକାରୀ
ଏଥିପାଇଁ ଆବଶ୍ୟକ ସାମଗ୍ରୀ –
ବଏଲ୍ ଚିକେନ୍
ଦହି
ଧନିଆ ଗୁଣ୍ଡ
ଜୀରା ଗୁଣ୍ଡ
ଟମାଟୋପ୍ୟୁରୀ
ଚିକେନ୍ ମସଲା
ହଳଦୀ ଗୁଣ୍ଡ
ଲଙ୍କା ଗୁଣ୍ଡ
ଗୋଲମରିଚ ଗୁଣ୍ଡ
ଗରମ ମସଲା
ସ୍ୱାଦ ଅନୁସାରେ ଲୁଣ
ଏବେ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ –
ଗ୍ୟାସରେ କଡେଇ ବସାଇ ଆବଶ୍ୟକ ଅନୁଯାୟୀ ତେଲ ନେବେ । ତେଲ ଗରମ ହେବା ପରେ ସେଥିରେ ବଏଲ ହୋଇ ଥିବା ଚିକେନ୍ ପକାଇ ଅଳ୍ପ ସମୟ ପାଇଁ ଭାଜିବେ । ଭାଜିହେବା ପରେ ତାକୁ ଏକ ପ୍ଲେଟକୁ କାଢିଦେବେ । ପୁଣି କଡେଇରେ ଅଳ୍ପ ତେଲ ନେଇ ସେଥିରେ ଟମାଟୋପ୍ୟୁରୀ ପକାଇବେ, ଅଳ୍ପ ଫୁଟିବା ପରେ ସେଥିରେ ଲଙ୍କା ଗୁଣ୍ଡ,ହଳଦୀ ଗୁଣ୍ଡ,ଧନିଆ ଗୁଣ୍ଡ,ଜୀରା ଗୁଣ୍ଡ,ଚିକେନ୍ ମସଲା,ଅଳ୍ପ ଗୋଲମରିଚ ଗୁଣ୍ଡ,ଅଳ୍ପ ଦହି ଏବଂ ସ୍ୱାଦ ଅନୁସାରେ ଲୁଣ ପକାଇ ୫ ରୁ ୬ ମିନିଟ୍ ଯାଏଁ ଛାଡିଦେବେ । ତା ପରେ ସେହି ମସଲାରେ ଭାଜି ହୋଇଥିବା ଚିକେନ୍ ପକାଇ ଭଲଭାବେ କଷିଦେବେ । ଯଦି ଆପଣ ଝୋଳ ଖାଇବାକୁ ପସନ୍ଦ କରୁଥିବେ ତେବେ ସେଥିରେ ପାଣି ଦେଇ ୧୦ ରୁ ୧୫ ମିନିଟ ଯାଏଁ ଫୁଟିବାକୁ ଛାଡିଦେବେ । ଗ୍ୟାସ୍ ବନ୍ଦ କରିବା ପରେ ସେଥିରେ ଗରମ ମସଲା ପକାଇ ଘୋଡେଇ ରଖିବେ । ଗରମ ଗରମ ପ୍ଲେଟକୁ କାଢି ସେଥିରେ ଭ୍ରୁସଙ୍ଗ ପତ୍ର ବା ଧନିଆ ପତ୍ର ଏବଂ କଟା କଂଚାଲଙ୍କା ତା ସହିତ ଏକ ବୁନ୍ଦା ଲେମ୍ବୁରସ ପକାଇ ସୁନ୍ଦର ଭାବେ ସଜାଇ ଦେବେ । ଆପଣଙ୍କର ପ୍ରସ୍ତୁତ ହେଇଗଲା ବିନା ପିଆଜ,ରସୁଣରେ ଦହି ଚିକେନ୍ ତରକାରୀ । ଗରମ ଗରମ ଭାତ,ରୋଟି ସହିତ ଏହାର ମଜା ନେଇ ପାରିବେ ।