

ସତ୍ୟଶିଖା(ଭୁବନେଶ୍ୱର) ୨୦.୧୨.୨୦୨୧: ରାଜ୍ୟରେ ଶୀତର ଲହରି ଆହୁରି ବଢିବ । ଶୀତ ଲହରି ବଢିବା ନେଇ ସତର୍କ କରାଇଛି ପାଣିପାଗ ବିଭାଗ । ଉତ୍ତର-ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ପବନ ଆସୁଥିବାରୁ ଶୀତ ବଢିବ । ତେବେ ୨ରୁ ୩ ଦିନ ପର୍ଯ୍ୟନ୍ତ ସ୍ୱାଭାବିକ ଠାରୁ ୪ରୁ ୬ ଡିଗ୍ରୀ ତପମାତ୍ରା ହ୍ରାସ ପାଇବ । ତେବେ ଶୀତ ଲହରି ବୃଦ୍ଧି ହେବା ନେଇ ଆଜି ପାଇଁ ୧୪ ଜିଲ୍ଲାକୁ ୟେଲୋ ୱାଣ୍ଣିଂ ଜାରି କରାଯାଇଛି ।
ସୁନ୍ଦରଗଡ, ଝାରସୁଗୁଡା, ବରଗଡ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ସୋନପୁର, ବୌଦ୍ଧ, କନ୍ଧମାଳ, ଭଦ୍ରକ, ଅନୁଗୁଳ, ଢେଙ୍କାନାଳ, ଦେବଗଡ ଓ ସମ୍ବଲପୁର ଆଜି ୧୪ ଜିଲ୍ଲାକୁ ୟେଲୋ ୱାଣ୍ଣିଂ ଜାରି କରାଯାଇଛି । ସେପଟେ କନ୍ଧମାଳ ଦାରିଙ୍ଗଗବାଡି ଏବେ ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି । ଦାରିଙ୍ଗବାଡିର ତାପମାତ୍ରା ୪ ଡିଗ୍ରୀ ତଳକୁ ଖସିବା ସହ ଏଠାରେ ପ୍ରଥମ ତୁଷାରପାତ ହୋଇଛି ।
ରାଜ୍ୟର ଅନେକ ସହରରେ ରାତିର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ଢାରସୁଗୁଡାରେ ସର୍ବନିମ୍ନ ତାପମାତ୍ରା ୫.୬ ରେକର୍ଡ କରାଯାଇଛି । ସେହିପରି ୨୩ ତାରିଖରୁ ତାପମାତ୍ରା କ୍ରମଶଃ ବଢିବା ନେଇ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଦିଲ୍ଲୀରେ ୨୫ ତାରିଖ ଆଡକୁ ବର୍ଷା ହୋଇପାରେ । ଏହାସହିତ ଓଡିଶାରେ ମଧ୍ୟ ୨୮ ତାରିଖ ବେଳକୁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଆକଳନ କରାଯାଇଛି ।