ଆଉ ଅଧିକ ଦିନ ମୁଖ୍ୟମନ୍ତ୍ରୀ ପଦରେ ରହିବେନି ୟେଦୁରପ୍ପା

ସତ୍ୟଶିଖା (ବେଙ୍ଗାଲୁରୁ) ୨୦/୧୦/୨୦୨୦ : କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ପଦରେ ରହିବେ କି ନାହିଁ ଗତ ଅନେକ ଦିନ ହେବ କଳ୍ପନା ଜଳ୍ପନା ଜାରି ରହିଛି। ନିକଟରେ ୟେଦୁରପ୍ପା ଦିଲ୍ଲୀ ଯାଇଥିଲେ ଓ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କୁ ଭେଟିଥିଲେ। ଏହା ମଧ୍ୟରେ କର୍ଣ୍ଣାଟକର ଜଣେ ବିଜେପି ବିଧାୟକ କହିଛନ୍ତି, ଶୀଘ୍ର ରାଜ୍ୟର ମୁଖ୍ୟମନ୍ତ୍ରୀ ବଦଳିବେ।ବିଧାୟକ ବସନଗୌଡା ପି ୟନ୍ତଲ ଲେଖିଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ଶୀଘ୍ର ବଦଳାଯିବ କାରଣ ରାଜ୍ୟର ଅଧିକାଂଶ ବରିଷ୍ଠ ନେତା ୟେଦୁରପ୍ପାଙ୍କ ପ୍ରତି ଖୁସି ନାହାନ୍ତି। ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଆଗାମୀ ମୁଖ୍ୟମନ୍ତ୍ରୀ ଉତ୍ତର କର୍ଣ୍ଣାଟକରୁ ହେବେ। ୟେଦୁରପ୍ପା ଆମ କାରଣରୁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଉତ୍ତର କର୍ଣ୍ଣାଟକର ଜନତା ବିଜେପିକୁ ୧୦୦ ବିଧାୟକ ଦେଇଛନ୍ତି, ଯାହା ଜରିଆରେ ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ହୋଇଛନ୍ତି ବୋଲି ପି ୟନ୍ତଲ କହିଛନ୍ତି।
ଏମିତି ମଧ୍ୟ ଚର୍ଚ୍ଚା ହେଉଛି ଯେ, ୟେଦୁରପ୍ପାଙ୍କ ବୟସକୁ ଦେଖି ଭବିଷ୍ୟତରେ ନେତୃତ୍ଵ ପରିବର୍ତ୍ତନ କରାଯାଇପାରେ। ଏହି ଅନୁମାନ ଏଥିପାଇଁ କରାଯାଉଛି କାରଣ ନିକଟରେ ୭୭ ବର୍ଷୀୟ ୟେଦୁରପ୍ପା ଦିଲ୍ଲୀ ଯାଇଥିଲେ। ଅନେକ ମନ୍ତ୍ରୀଙ୍କୁ ମଧ୍ୟ ଭେଟିଥିଲେ।୨୦୨୧ ମାର୍ଚ୍ଚ ପରେ ନୂତନ ମୁଖ୍ୟମନ୍ତ୍ରୀ
ସୂତ୍ର ଅନୁଯାୟୀ ବିହାର ବିଧାନସଭା ନିର୍ବାଚନ ପରେ କିମ୍ବା ୨୦୨୧ ମାର୍ଚ୍ଚରେ ୟେଦୁରପ୍ପାଙ୍କ ଦ୍ଵାରା ବଜେଟ୍ ଉପସ୍ଥାପନ ପରେ ତାଙ୍କ ସ୍ଥାନରେ ଆଉ କାହାକୁ ମୁଖ୍ୟମନ୍ତ୍ରୀ କରାଯାଇ ପାରେ। ଅନୁମାନ କରାଯାଉଛି ବିଜେପିର ନୀତି ଆଧାରରେ ୭୫ ବର୍ଷ ଅତିକ୍ରମ କରି ସାରିଥିବା ନେତାଙ୍କୁ ରାଜ୍ୟପାଳ ପଦ ଦିଆଯାଏ। ତାଙ୍କ ସାନ ପୁଅ ବି ଓ୍ଵାଇ ବିଜୟେନ୍ଦ୍ରଙ୍କ ମହତ୍ଵପୂର୍ଣ୍ଣ ପଦ ଦେଇ ୟେଦୁରପ୍ପାଙ୍କୁ ସମ୍ମାନଜନକ ବିଦାୟ ଦେବାକୁ ବିଚାର କରାଯାଉଛି।