ରବିବାର ଦିନ ସୂର୍ଯ୍ୟଦେବଙ୍କ ଆରାଧନା କରନ୍ତୁ ଜୀବନରେ ସଫଳତା ମିଳିବ l

ସତ୍ୟଶିଖା ( ଭୁବନେଶ୍ୱର ) ୦୧ .୧୦ ୨୦୨୦ :  ରବିବାର ଦିନ ସୂର୍ଯ୍ୟଦେବଙ୍କୁ ସମର୍ପିତ ହୋଇଥାଏ । ସେଥିପାଇଁ ରବିବାର ଦିନ ସୂର୍ଯ୍ୟଦେବଙ୍କୁ ପୂଜା କରିବାର ବିଧାନ ରହିଛି । ହିନ୍ଦୁ ଧର୍ମରେ ପୌରାଣିକ ବିଶ୍ୱାସ ରହିଛି ଯେ ସୂର୍ଯ୍ୟଦେବ ପ୍ରତ୍ୟକ୍ଷ ରୂପରେ ଦର୍ଶନ ଦେଇଥାନ୍ତି । ପୌରାଣିକ ବେଦରେ ସୂର୍ଯ୍ୟଙ୍କ ଉଲ୍ଲେଖ ବିଶ୍ୱ ଆତ୍ମା ଓ ଈଶ୍ୱରଙ୍କ ନେତ୍ର ଭାବେ କରାଯାଇଛି । ସୂର୍ଯ୍ୟଦେବଙ୍କ ଆରାଧନା କରିବା ଦ୍ୱାରା ଜୀବନଶକ୍ତି, ମାନସିକ ଶାନ୍ତି, ଉର୍ଜା ଓ ଜୀବନରେ ସଫଳତା ପ୍ରାପ୍ତି ହୋଇଥାଏ । ସେଥିପାଇଁ ଉଦୟ ହେଉଥିବା ସୂର୍ଯ୍ୟଙ୍କ ଦର୍ଶନ କରିବା ଅତ୍ୟନ୍ତ ଶୁଭ ବୋଲି କୁହାଯାଏ ।

ହିନ୍ଦୁ ଧର୍ମରେ ପ୍ରତିଦିନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ମଧ୍ୟ ଶୁଭ ବୋଲି କୁହାଯାଏ । ରାମାୟଣରେ ମଧ୍ୟ ଏ ସମ୍ପର୍କରେ ଉଲ୍ଲେଖ ରହିଛି ଯେ ପ୍ରଭୁ ଶ୍ରୀରାମ ଲଙ୍କାକୁ ଯିବାକୁ ସେତୁ ନିର୍ମାଣ ପୂର୍ବରୁ ସୂର୍ଯ୍ୟଦେବଙ୍କୁ ଆରାଧନା କରିଥିଲେ । ଭଗବାନ ଶ୍ରୀକୃଷ୍ଣଙ୍କ ପୁତ୍ର ସାମ୍ବ ମଧ୍ୟ ସୂର୍ଯ୍ୟଙ୍କୁ ଉପାସନା କରି କୁଷ୍ଠରୋଗରୁ ମୁକ୍ତି ପାଇଥିଲେ । ସୂର୍ଯ୍ୟଙ୍କୁ ଶକ୍ତିର ସ୍ରୋତ ବୋଲି କୁହାଯାଏ । ସୂର୍ଯ୍ୟଦେବଙ୍କ କିଛି ଶକ୍ତିଶାଳୀ ମନ୍ତ୍ର ରହିଛି ଯାହା ଜପ କରିବା ଦ୍ୱାରା ଜୀବନରେ ଶକ୍ତି ସଞ୍ଚାର ହୋଇଥାଏ ।

ସେହି ମନ୍ତ୍ରଗୁଡିକ ହେଲା ….

ଏହାସହ ରବିବାର ଦିନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରିବା ସହ ସୂର୍ଯ୍ୟଙ୍କ ଆଳତି ମଧ୍ୟ କରିବା ଉଚିତ ।

Exit mobile version