ସତ୍ୟଶିଖା( ଭୁବନେଶ୍ୱର )୧୫.୦୭ . ୨୦୨୨: ଭଗବାନ୍ ଶିବଙ୍କ ପ୍ରିୟ ମାସ ଶ୍ରାବଣ । ଜ୍ୟୋତିଷଶାସ୍ତ୍ର ଅନୁସାରେ, ଏହି ମାସରେ ଶିବଙ୍କୁ ପୂଜା କରିବା ଦ୍ୱାରା ଦୁଇଗୁଣ ଫଳ ମିଳିଥାଏ । ଚଳିତ ବର୍ଷ ଶ୍ରାବଣ ମାସ ୧୪ ଜୁଲାଇରୁ ଆରମ୍ଭ ହୋଇ ୧୨ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ । ଅର୍ଥାତ୍ ଭଗବାନ ଶିବଙ୍କ ଭକ୍ତମାନେ ତାଙ୍କୁ ୨୯ଦିନ ପୂଜା କରିପାରିବେ । ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ପୂଜା କରିବାର ମହତ୍ତ୍ୱ ଋଗ୍ବେଦରେ ଉଲ୍ଲେଖ କରାଯାଇଛି । ଶ୍ରାବଣ ମାସ ଆରମ୍ଭ ସହ ଭଗବାନ ଶିବଙ୍କ ଉପାସନା ଆରମ୍ଭ ହୋଇଥାଏ । ଭୋଳାନାଥଙ୍କ ଅଭିଷେକରୁ ପୂଜା ଆରମ୍ଭ ହୁଏ ।
ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ବିଧି ବିଧାନ ଅନୁଯାୟୀ ପୂଜା କରନ୍ତୁ । ଏଥିପାଇଁ ସକାଳେ ଗାଧୋଇ ସଫା ପୋଷାକ ପିନ୍ଧନ୍ତୁ । ଧଳା ରଙ୍ଗର ପୋଷାକ ପିନ୍ଧିବା ଅଧିକ ଭଲ ହୋଇଥାଏ । ତା’ପରେ ଘରର ମନ୍ଦିର କିମ୍ବା ଶିବ ମନ୍ଦିରକୁ ଯାଆନ୍ତୁ ଏବଂ ଭଗବାନ ଶିବଙ୍କ ଜଲାବିଶେକ କରନ୍ତୁ ।ପଞ୍ଚାମୃତ ଅଭିଷେକ କଲେ ବହୁତ ଭଲ ହୋଇଥାଏ । ଏହା ପରେ ଶିବଙ୍କୁ ଫୁଲ, ବେଲ ପତ୍ର, , ଚିନି, ଘିଅ, କଦଳୀ, ମହୁ, ଧଳା ଚନ୍ଦନ, ଅକ୍ଷତ,ପଞ୍ଚାମୃତ, ଫଳ ଇତ୍ୟାଦି ପ୍ରଦାନ କରନ୍ତୁ । ମନେରଖନ୍ତୁ ଯେ ଶିବଙ୍କୁ ପୂଜା କରିବା ସହିତ ଦେବୀ ପାର୍ବତୀଙ୍କୁ ପୂଜା କରିବା ଜରୁରୀ । ରୁଦ୍ରବିଷେକ ସମୟରେ ଓମ୍ ନମଃ ଶିବୟା ମନ୍ତ୍ର ଜପ କରନ୍ତୁ । ଶେଷରେ, ଆଳତୀ କରନ୍ତୁ ଏବଂ ପ୍ରସାଦ ବଣ୍ଟନ କରନ୍ତୁ ।