ସତ୍ୟଶିଖା ୨୩/୧୦/୨୦୨୦ : ଅକ୍ଟୋବର ୨୩ତାରିଖରେ ଶାରଦୀୟ ନବରାତ୍ରିର ସପ୍ତମ ଦିନ । ନବରାତ୍ରିର ସପ୍ତମ ଦିନ ଦେବୀ ଦୁର୍ଗାଙ୍କ ସପ୍ତମ ସ୍ବରୂପ ମା କାଳରାତ୍ରିଙ୍କ ପୂଜା ଆରାଧନା କରାଯାଇଥାଏ । ମାତାଙ୍କ ଏହି ସ୍ବରୂପଙ୍କ ପୂଜା କରିବା ଦ୍ବାରା ସମସ୍ତ ପ୍ରକାର ପାପରୁ ମୁକ୍ତି ମିଳିବା ସହ ବ୍ୟକ୍ତିଙ୍କ ଶତ୍ରୃର ନାଶ ମଧ୍ୟ ହୋଇଥାଏ । ନବରାତ୍ରିର ସପ୍ତମ ଦିନ ମାଙ୍କ ସ୍ମରଣ କରିବା ମାତ୍ରେ ହିଁ ନକରାତ୍ମକ ଶକ୍ତିର ନାଶ ହୋଇଥାଏ । ନବରାତ୍ରିର ସପ୍ତମୀ ତିଥି ଅବସରରେ ଆସନ୍ତୁ ଜାଣିବା ମାତାଙ୍କ ସ୍ବରୂପର କିପରି ପୂଜା କରିବା ଦ୍ବାରା କେଉଁ ପ୍ରକାର ଫଳ ପ୍ରାପ୍ତି ହୋଇଥାଏ । ମାତାଙ୍କ ଏହି ସ୍ବରୂପରେ ଝନ ଅନ୍ଧକାର ସମାନ କଳା ରଙ୍ଗ ହେବା କାରଣରୁ ତାଙ୍କୁ କାଳରାତ୍ରି କୁହାଯାଇଛି । ମା କାଳରାତ୍ରି କାଳ ଏବଂ ଦୁଃଖର ଅନ୍ତ କରିଥାଏ । ମା କାଳରାତ୍ରିଙ୍କ ୩ଟି ନେତ୍ର ଏବଂ ୩ଟି ଗୋଲ୍ । ତାଙ୍କ ରୂପ ଅତ୍ୟନ୍ତ ଭୟାନକ ଏବଂ କେଶ ଖୋଲା ଥାଏ ।
ମା କାଳରାତ୍ରିଙ୍କ ଉପାସନା ଦ୍ବାରା ହେବ କାଳ ଏବଂ ଦୁଃଖର ଅନ୍ତ
