ବିଶ୍ୱରେ କରୋନା ଭାଇରସ୍‌ରେ ୨୬.୬୧ କୋଟି ଲୋକ ଆକ୍ରାନ୍ତ, ୫୨.୭୦ ଲକ୍ଷ ମୃତ

ସତ୍ୟଶିଖା(ନୂଆଦିଲ୍ଲୀ) ୦୬ .୧୨.୨୦୨୧: କରୋନା ଭାଇରସ ମହାମାରୀ ଭାରତ ସମେତ ସମଗ୍ର ବିଶ୍ବ ପାଇଁ ଚିନ୍ତାର କାରଣ ପାଲଟିଛି। ଏହି ସଂକମଣର ନୂଆ ଭାରିଆଣ୍ଟ ଅଧିକ ଦୁଃଖର କାରଣ ପାଲଟିଛି। ମହାମାରୀରେ ୫୨.୭୦ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇସାରିଛି। ଆକ୍ରାନ୍ତଙ୍କ ସଂଖ୍ୟା ୨୬.୬୧ କୋଟି ଅତିକ୍ରମ କରିସାରିଛି। ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ବରେ ୪ ଲକ୍ଷ ୧୩ ହଜାର ୨୭୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩ ହଜାର ୯୯୧ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।

ଆଜି ସକାଳ ୬ଟା ପର୍ଯ୍ୟନ୍ତ ବିଶ୍ବବ୍ୟାପୀ ୨୬ କୋଟି ୬୧ ଲକ୍ଷ ୩ ହଜାର ୭୯୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି। କରୋନା ଯୋଗୁଁ ୫୨ ଲକ୍ଷ ୭୦ ହଜାର ୫୨୭ ଜଣଙ୍କର ମୃତ୍ୟୁ ହୋଇସାରିଛି। ଏବେ ବିଶ୍ବରେ ୨୩ କୋଟି ୯୬ ଲକ୍ଷ ୮୬ ହଜାର ୬୦୦ ଜଣ  କରୋନାରୁ ସୁସ୍ଥ ହୋଇସାରିଥିବା ବେଳେ ୨ କୋଟି ୧୧ ଲକ୍ଷ ୪୬ ହଜାର ୬୭୨ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ଏଥିରୁ ୮୬ ହଜାର ୭୯୨ ରୋଗୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି।

Exit mobile version