

ସତ୍ୟଶିଖା( ମୁମ୍ବାଇ )୦୮.୧୧.୨୦୨୨: କପୁର ପରିବାର ଏବଂ ଭଟ୍ଟ ପରିବାରରେ ଏବେ ଖୁସିର ମାହୋଲ । ନଭେମ୍ବର ୬ ତାରିଖରେ ଆଲିଆ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଏହାକୁ ନେଇ ପରିବାର ଠାରୁ ଆରମ୍ଭ କରି ଫ୍ୟାନ୍ସଙ୍କ ପର୍ଯ୍ୟନ୍ତ ସମସ୍ତେ ଖୁସି ରହିଛନ୍ତି। ତେବେ ଆଲିଆ ଏବଂ ରଣବୀରଙ୍କ ଝିଅ ଦେଖିବାକୁ କିପରି ଏହାକୁ ନେଇ ସମସ୍ତଙ୍କ ମନରେ ବେଶ୍ ଉତ୍କଣ୍ଠା ରହିଛି। ତେବେ ଝିଅକୁ ପ୍ରଥମ ଥର କୋଳରେ ଧରି ଭାବବିହ୍ଵଳ ହୋଇଯାଇଥିଲେ। ଡାକ୍ତରଖାନାରେ ଝିଅକୁ ରଣବୀର ଧରିବା ପରେ ଖୁସିରେ କାନ୍ଦି ପକାଇଥିଲେ। ଆଉ ରଣବୀର ଭାବବିହ୍ଵଳ ହେବା ଦେଖି ସମସ୍ତ ପରିବାର ସଦସ୍ୟ ମଧ୍ୟ କାନ୍ଦି ପକାଇଥିଲେ। ଆଲିଆ ମଧ୍ୟ କାନ୍ଦି ପକାଇଥିଲେ। ଏହା ମୁହୂର୍ତ୍ତ ରଣବୀର ଏବଂ ଆଲିଆଙ୍କ ପାଇଁ ସ୍ମୃତି ହୋଇରହିବ। ରଣବୀର ଝିଅକୁ କେଳରେ ଧରି ତାଙ୍କ ମୁହଁକୁ ଦେଖି କାନ୍ଦି ପକାଇଥିଲେ। ତେବେ ରଣବୀର ଝିଅକୁ ଧରି ବହୁତ କାନ୍ଦିଥିଲେ। ଆଉ ଖୁସି ମଧ୍ୟ ଥିଲେ। ପୂର୍ବରୁ କେବେ ବି ଏମିତି ଅନୁଭବ କରିନଥିଲେ ବୋଲି ମଧ୍ୟ ରଣବୀର କହିଛନ୍ତି। ଝିଅକୁ ଦେଖି ବହୁତ ଉତ୍ସାହିତ, ଖୁସି ହୋଇ କାନ୍ଦକୁ ସମ୍ଭାଳି ପାରିନଥିଲେ ।
ଖବର ମୁତାବକ, ଏଚଏନ ରିଲାଏନ୍ସ ହସପିଟାଲରେ ଆଲିଆ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଆଲିଆଙ୍କ ଝିଅ ଜନ୍ମ ହେବା ପରେ ପରିବାରର ସମସ୍ତ ସଦସ୍ୟ ବେଶ୍ ଖୁସି ଅଛନ୍ତି। ମା’ ଏବଂ ପିଲା ଦୁହେଁ ସୁସ୍ଥ ରହିଛନ୍ତି ବୋଲି ଖବର ମିଳିଛି। ଆଲିଆ ଇନଷ୍ଟାଗ୍ରାମରେ ପୋଷ୍ଟ ସେୟାର କରି ଖବର ଦେଇଛନ୍ତି। ଆଲିଆଙ୍କ ପୋଷ୍ଟରେ ରିତେଶ ଦେଶମୁଖ, ସୋଫି ଚୌଧୁରୀ, ଶ୍ୱେତା ବଚ୍ଚନ, ଦିୟା ମିର୍ଜା, ମାଧୁରୀ ଦୀକ୍ଷିତ, ମୌନୀ ରାୟ, କ୍ରିତି ସାନନ, ନେହା ଧୁପିଆ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।
ସୂଚନା ଯୋଗ୍ୟ, ଆଲିଆ ଏବଂ ରଣବୀର ଚଳିତବର୍ଷ ଏପ୍ରିଲରେ ବିବାହ କରିଥିଲେ। ବିବାହ ସମୟରେ ଦୁଇ ପରିବାର ସଦସ୍ୟ ଏବଂ ଘନିଷ୍ଠ ବନ୍ଧୁ ଉପସ୍ଥିତ ଥିଲେ। ଏହି ସମୟରେ ଅନେକ କଳାକାର ଏବଂ ଅତିଥି ମଧ୍ୟ ନଜର ଆସିଥିଲେ। ସେମାନଙ୍କ ମଧ୍ୟରେ ନୀତୁ କପୁର, ସୋନି ରାଜଦାନ, ଶାହୀନ ଭଟ୍ଟ, ରିଦ୍ଧିମା କପୁର, କରୀନା କପୁର, ରିମା ଜୈନ, ରଣବୀର କପୁର, ରାହୁଲ ଭଟ୍ଟ, କରଣ ଜୋହର, ମହେଶ ଭଟ୍ଟ ପ୍ରମୁଖ ସାମିଲ ଥିଲେ । ବିବାହର ଦୁଇମାସ ପରେ ଆଲିଆ ଗର୍ଭବତୀ ଥିବା ଖବର ସାମ୍ନାକୁ ଆସିଥିଲା। ଏହା ପରେ ଆଲିଆ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ଫ୍ୟାନ୍ସଙ୍କୁ ଖୁସି ଖବର ଜଣାଇଥିଲେ।