ବାଣିଜ୍ୟ

ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟରେ ମହିଳା ଉଦ୍ୟମିତା

ସତ୍ୟଶିଖା (ଭୁବନେଶ୍ୱର) ୧୨/୧୨/୨୦୨୦ : ‌ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ଉତ୍ସର୍ଗୀକୃତ ମହିଳା ଉଦ୍ୟମିତା ସେଲ୍‌ ଆରମ୍ଭ କରାଯାଇଛି ଯେଉଁଠାରେ ଛାତ୍ରଛାତ୍ରୀ ଏବଂ କ୍ୟାମ୍ପସ୍‌ ଆଖପାଖା ଅଞ୍ଚଳରେ ମହିଳା ଉଦ୍ୟୋଗୀଙ୍କୁ ସମୃଦ୍ଧ କରାଯିବ । ବିଶ୍ୱଦ୍ୟାଳୟରେ ଥିବ ସେଣ୍ଟର ଫର ଏଣ୍ଟରପ୍ରେନ୍ୟୁଅର୍ସ ଆଣ୍ଡ୍ ଇନୋଭେଟର୍ସର ଏହା ହେଉଛି ଏକ ଅଂଶ। ଏହି ସେଲ୍‌ର ଉଦଘାଟନ ଅବସରରେ ଫିକି ଏଫ୍ଏଲ୍‌ଓର ଜାତୀୟ ସଭାନେତ୍ରୀ ଜାହ୍ମବୀ ପୋଖାନ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଶ୍ୱବିଦ୍ୟାଳୟର କୁଳପତି ଡକ୍ଟର ସୁପ୍ରିୟା ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ । ମହିଳା ଉଦ୍ୟୋଗୀମାନଙ୍କ ପାଇଁ ଫିକି ଏଫ୍‌ଏଲ୍‌ଓ କିଭଳି ସହାୟକ ହେଉଛି ତାହା ସେ ଅବଗତ କରିବା ସହ ମହିଳା ଉଦ୍ୟମିତାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଫିକି ଏଫ୍‌ଏଲ୍‌ଓ ଓ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ମଧ୍ୟରେ ସହଯୋଗିତା ଉଦ୍ୟମିତା ସ୍ଥିତିକୁ ଆହୁରି ଦୃଢ଼ କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି । ଏହି ଅବସରରେ ଫିକି ଏଫ୍‌ଏଲ୍‌ଓ ଭୁବନେଶ୍ୱରର ଅଧ୍ୟକ୍ଷା ଧରିତ୍ରୀ ପଟ୍ଟନାୟକ ମଧ୍ୟ ଅଭିଭାଷଣ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ଫାକଲଟି, ଷ୍ଟାଫ୍, ଛାତ୍ରଛାତ୍ରୀ, ଉଦ୍ୟୋଗୀ ଏବଂ ଏଫ୍‌ଏଲ୍‌ଓ ଓଡ଼ିଶାର ସଦସ୍ୟମାନଙ୍କ ସମେତ ୨୦୦ରୁ ଅଧିକ ଲୋକ ଯୋଗ ଦେଇଥିଲେ ।

Show More
Back to top button