ସତ୍ୟଶିଖା (ମାଲକାନଗିରି) ୦୭.୧୦.୨୦୨୦ : ମାଲକାନଗିରି ଛତିଶଗଡ ସୀମାନ୍ତରେ ଏଣିକି ନକ୍ସଲଙ୍କ ସହ ଲଢିବେ ମହିଳା କମାଣ୍ଡୋ । ଛତିଶଗଡ ପୋଲିସର ଡିଆରଜି ବାହିନୀରୁ ତାଲିମ ନେଇଥିବା ମହିଳା କମାଣ୍ଡୋମାନଙ୍କୁ ନେଇ ଗଠନ ହୋଇଛି ଦନ୍ତେଶ୍ୱରୀ ବାହିନୀ । ସୁକୁମା, ଦନ୍ତେୱାଡା ଓ ବିଜାପୁର ଜିଲ୍ଲାର ନକ୍ସଲ ଅପରେସନରେ ଏହି ମହିଳା କମାଣ୍ଡୋଙ୍କୁ ସାମିଲ କରାଯାଇଛି । ମହିଳା କମାଣ୍ଡୋମାନେ ଅପରେସନକୁ ଯାଇଥିବା ବେଳେ ଫେଲ ମାରିଛି ମାଓବାଦୀଙ୍କ ଆକ୍ରମଣ ଯୋଜନା । ଦନ୍ତେୱାଡା ଜିଲ୍ଲା ଟେଟମ ଗାଁକୁ ସଂଯୋଗ କରୁଥିବା ଜଙ୍ଗଲ ରାସ୍ତାରେ ମାଓବାଦୀମାନେ ଜବାନଙ୍କୁ ଟାର୍ଗେଟ କରି ଲଗାଇଥିବା ୧୦ କିଲୋଗ୍ରାମ ଓଜନର ଲ୍ୟାଣ୍ଡମାଇନକୁ ଠାବ କରିଛନ୍ତି ଏହି ମହିଳା କମାଣ୍ଡୋ ବାହିନୀ ।
ଏଣିକି ନକ୍ସଲଙ୍କ ସହ ଲଢିବେ ମହିଳା କମାଣ୍ଡୋ, ଗଠନ ହେଲା ‘ଦନ୍ତେଶ୍ବରୀ ବାହିନୀ’ l
