ମହିଳାମାନେ ନିଜ ସ୍ବାସ୍ଥ୍ୟ ପାଇଁ ଖାଆନ୍ତୁ ଏହି ସବୁ ଖାଦ୍ୟ

ସତ୍ୟଶିଖା ୨୫/୦୩/୨୦୨୫ : ପ୍ରକୃତରେ ମହିଳା ବିନା ସୃଷ୍ଟି ଅସମ୍ଭବ । ପ୍ରତ୍ୟେକ କ୍ଷେତ୍ରରେ ଗୋଟେ ମହିଳାର କେତେ ଆବଶ୍ୟକତା ଅଛି , ତାହା ଆମେ ସମସ୍ତେ ବେଶ ଭଲରେ ବୁଝିଛନ୍ତି । ତେଣୁ ନାରୀମାନଙ୍କ ପାଇଁ ସବୁ କ୍ଷେତ୍ର କଥା ଚିନ୍ତା କରିବା ବେଳଏ ସ୍ବାସ୍ଥ୍ୟ ମଧ୍ୟ ସେଥିରୁ ଏକ ଗୁରୁତ୍ବପୂର୍ଣ୍ଣ ବିଷୟ। ଯାହାକୁ ନେଇ ମହିଳାଙ୍କୁ ସ୍ବାସ୍ଥ୍ୟକର ଖାଦ୍ୟ ଉପରେ ସଚେତନ କରାଇବା ପାଇଁ ଆମର ଏହି ଛୋଟ ପ୍ରୟାସ ।
ନାରୀମାନେ ସୁସ୍ଥ ରହିଲେ ହିଁ ଗୋଟେ ପରିବାର ସୁସ୍ଥ ରହିବ, ଗୋଟେ ସମାଜ ସୁସ୍ଥ ରହିବ । ସେଥିପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ମହିଳାମାନେ ଏହି ୫ଟି ଖାଦ୍ୟ ନିହାତି ନିଜର ଡାଏଟ୍ ଚାଟରେ ଯୋଡିବା ଦରକାର ।
ପେସୁ :
ଯେଉଁ ମହିଳାମାନେ ମେନୋପସ୍ (menopause)ଅବସ୍ଥାରେ ଅଛନ୍ତି, ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ସେମାନେ ପେସୁ/ଅଳସୀ ମଞ୍ଜୀ ଖାଇବା ନିହାତି ଆବଶ୍ୟକ । ଏଥିରେ ଥିବା ଲିଗନାନ୍ସ , ସେହି ସମୟରେ ମହିଳାଙ୍କ ଶରୀରରେ ହେଉଥିବା ହରମୋନକୁ ବାଲାନ୍ସ ରଖିବାରେ ସାହାଯ୍ୟ କରେ । ଆପଣ ଏହି ପେସୁକୁ ଦହିରେ ମିଶାଇ ଖାଇ ପାରିବେ । ନଚେତ ଏହାକୁ ସ୍ମୁଦି ବନାଇ ଖାଇପାରିବେ ।
ସତେଜ ପନିପରିବା :
ନିଜର ପ୍ରତିଦିନ ଡାଏଟ୍ରେ ସତେଜ ପନିପରିବା ନିଶ୍ଚିନ୍ତ ଖାଇବାକୁ ଚେଷ୍ଟା କରନ୍ତୁ । ସଜନାଛୁଇଁ, ବ୍ରୋକଲି, ବନ୍ଧାକୋବି, ପାଳଙ୍ଗ, ଗ୍ରୀନ ମଟର ଏବଂ କିଛି ଶାଗ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଏଥିରେ ଆଇରନ, ଫୋଲିକ ଏସିଡ, କ୍ୟାଲସିୟମର ପରିମାଣ ଅଧିକ ଥାଏ । ମହିଳାମାନଙ୍କୁ ଶକ୍ତିଶାଳୀ ଏବଂ ସ୍ବାସ୍ଥ୍ୟ ପାଇଁ ଏହି ସବୁ ଖଆଇବା ନିହାତି ଦରକାର । ଏହି ପନିପରିବାରେ ଥିବା ଆଇରନ୍ର ଭାଗ ଗର୍ଭବତୀ ମହିଳାଙ୍କ ପାଇଁ ନିହାତି ଆବଶ୍ୟକ । ଭିଟାମିନ ବି9 ଶରୀରରେ ଲାଲ ରକ୍ତ କଣିକା ସୃଷ୍ଟି କରିବାରେ ସହାୟକ ହୋଇଥାଏ । ଏଥିସହ ଗ୍ରୀନ ପନିପରିବାରେ ଥିବା କ୍ୟାଲସିୟମ ଶରୀରର ହାଡ ଶକ୍ତ ଦାନ୍ତ ମଧ୍ୟ ଶକ୍ତ ହୋଇଥାଏ ।
ଦହି :
ଦହି ଆମ ଶରୀର ପାଇଁ ଖୁବ ଉପକାରୀ । ସକାଳୁ ଦହିରେ କିଛି ଫଳ ମିଶାଇ ଖାଇଲେ ଏହା ପାଟକୁ ସୁଆଦ ଲାଗିବା ସହ ଶରୀରକୁ ମଧ୍ୟ ସୁସ୍ଥ ରଖିଥାଏ । ଅନ୍ତନଳୀକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ଦହି । ଏଥିସହ ରକ୍ତଶର୍କରାରୁ ମଧ୍ୟ ସନ୍ତୁଳନ ରଖିଥାଏ, ଏବଂ ହଜମ ପ୍ରକ୍ରିୟାରେ ସାହାଯ୍ୟ କରିଥାଏ।
ଶସ୍ୟ ଏବଂ ତନ୍ତୁ ଜାତୀୟ ଖାଦ୍ୟ :
ରାଗୀ : ରାଗୀରେ ଅଧିକ କ୍ୟାଲସିୟମ ଥାଏ, ଯାହା ହାଡକୁ ଶକ୍ତ ରଖିବାରେ ସାହାଯ୍ୟ କରେ ।
ବାଜରା : ବାଜରାରେ ଆଇରନର ପରିମାଣ ଅଧିକ ଥାଏ । ଯାହା ଶରୀରକୁ ଶକ୍ତି ଯୋଗାଇଥାଏ ।
ଜୱାର : ଏହା ଶରୀରର ହଜମ ପ୍ରକ୍ରିୟାରେ ସାହାଯ୍ୟ କରିଥାଏ ।
ଏହି ସବୁ ଖାଦ୍ୟ ନିଜ ଖାଦ୍ୟ ତାଲିକାରେ ମହିଳାମାନେ ନିଶ୍ଚିନ୍ତ ଯୋଡିବା ଦରକାର । ଯାହା ମହିଳାଙ୍କ ଶରୀରକୁ ସୁସ୍ଥ ରଖିବାରେ ସହାୟକ ହେବ ।