ଘରକରଣାଜୀବନମନ୍ତ୍ରଦେଶନ୍ୟୁଜ୍ରାଜ୍ୟଶିକ୍ଷାସ୍ପେଶାଲ୍ ରିପୋର୍ଟ

ଗାଈ ଗୋବରରେ ଦୀପ, ଗଣେଶ ଓ ଲକ୍ଷ୍ମୀଙ୍କ ମୂର୍ତ୍ତି ତିଆରି କରୁଛନ୍ତି ମହିଳା

ସତ୍ୟଶିଖା (ଜାଲୌନ) ୨୦/୧୦/୨୦୨୦ : ମହିଳାଙ୍କୁ ଆତ୍ମନିର୍ଭର କରିବାକୁ କେନ୍ଦ୍ର ଓ ଉତ୍ତର ପ୍ରଦେଶ ସରକାର ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରିଛନ୍ତି । ଉତ୍ତର ପ୍ରଦେଶ ଜାଲୌନରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଦୀପାବଳି ପାଇଁ ଗାଈ ଗୋବରରେ ଦୀପ ଓ ଗଣେଶ ଓ ଲକ୍ଷ୍ମୀଙ୍କ ଆକର୍ଷଣୀୟ ମୂର୍ତ୍ତି ତିଆରି କରୁଛନ୍ତି । ବଜାରରେ ଏହି ମୂର୍ତ୍ତିର ଅନେକ ଚାହିଦା ରହିଛି । ସଂଗଠନର ମହିଳାମାନେ ଏହି ଉପାୟ ରୋଜଗାର କରିବା ସହ ଅନ୍ୟ ମହିଳାମାନଙ୍କୁ ପ୍ରଶିକ୍ଷଣ ଦେବା ସହ ରୋଜଗାର ମଧ୍ୟ ଦେଉଛନ୍ତି।ଜାଲୌନ ମୁଖ୍ୟାଳୟ ଉରଇରେ ସଞ୍ଚାଳିତ ସ୍ୱଦେଶୀ ଭାରତ ସ୍ୱୟଂ ସହାୟତା ଗୋଷ୍ଠୀ ସହ ଜଡିତ ମହିଳା ଗାଈ ଗୋବରରେ ଦୀପ ଓ ଗଣେଶ, ମା’ ଲକ୍ଷ୍ମୀଙ୍କ ମୂର୍ତ୍ତି ତିଆରି କରି ବିକ୍ରି କରୁଛନ୍ତି । ଏଥିପାଇଁ ମହିଳାମାନେ ଶୁଖିଲା ଗାଈ ଗୋବରକୁ ହାତରେ ଓ ମେସିନ ସାହାଯ୍ୟରେ ଗୁଣ୍ଡ କରନ୍ତି ।ଏହାପରେ ତାକୁ ଓଦା କରି ଛାଞ୍ଚରେ ପକାଇ ଆକର୍ଷଣୀୟ ଦୀପ ଓ ମୂର୍ତ୍ତି ପ୍ରସ୍ତୁତ କରନ୍ତି । ଏବେ ସୁଦ୍ଧା ଡଜନରୁ ଅଧିକ ମହିଳାଙ୍କୁ ଏହାଦ୍ୱାରା ରୋଜଗାର ମିଳିଛି । ଗାଁ ଗାଁ ବୁଲି ଏହି ମହିଳାମାନେ ଅନ୍ୟ ମହିଳାମାନଙ୍କୁ ପ୍ରଶିକ୍ଷଣ ମଧ୍ୟ ଦେଉଛନ୍ତି । ବଜାରରେ ମହିଳାମାନେ ତିଆରି କରିଥିବା ଏହି ଦୀପ ଓ ମୂର୍ତ୍ତିର ଚାହିଦା ବହୁତ ବେଶୀ । ମହିଳାମାନେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଦୀପ ତିଆରି କରୁଛନ୍ତି ।ସ୍ୱଦେଶୀ ଭାରତ ସ୍ୱୟଂ ସହାୟତା ଗୋଷ୍ଠୀର ମହିଳାମାନେ କହିଛନ୍ତି ଯେ ଏହି ଗୋଷ୍ଠୀରେ ସାମିଲ ହୋଇ ସେମାନେ ଅନେକ ପ୍ରକାର ସ୍ବଦେଶୀ ସାମଗ୍ରୀ ତିଆରି କରିଛନ୍ତି । ଏଥର ସେମାନେ ଗୋବରରେ ଦୀପ ଓ ମୂର୍ତ୍ତି ତିଆରି କରୁଛନ୍ତି । ଏଥିରୁ ଯାହା ରୋଜଗାର କରୁଛନ୍ତି ସେଥିରେ ପରିବାର ଭରଣପୋଷଣ କରୁଛନ୍ତି ।

Show More
Back to top button