ସଡକ ଦୁର୍ଘଟଣାରେ ମହିଳାଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଅଞ୍ଚଳବାସୀଙ୍କ ରାସ୍ତାରୋକ l

ସତ୍ୟଶିକ୍ଷା (ରାୟଗଡା) ୨୯ .୦୯.୨୦୨୦ : ରାୟଗଡା ଜିଲ୍ଲା ବିଷମକଟକ ଥାନା ଚାଟିକଣା ଠାରେ ସଡକ ଦୁର୍ଘଟଣାରେ  ମହିଳା ଜଣଙ୍କ ମୃତ୍ୟୁ। ମୃତ୍ୟୁ ମହିଳା ଜଣକ ଚାଟିକଣା ଝିମିରିଗୁଡା ଗ୍ରାମର ବୋଲି ଜଣାପଡିଛି।  ଗତକାଲି ରାତି ପ୍ରାୟ ୯:୩୦ ସମୟରେ ମହିଳା ଜଣଙ୍କ ଏକ ଅଟୋରୁ ଉହ୍ଲାଇ ରାସ୍ତାପାରି ହେବା ସମୟରେ ଏକ ଡମ୍ପରଗାଡି ମହିଳାଙ୍କୁ ଧକାଦେଇଥିବା ଜଣାପଡିଛି  ।

ଗୁରୁତର ଅବସ୍ଥାରେ ମହିଳାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ତେବେ ମେଡିକାଲରେ ଚିକିତ୍ସିତ ଅବସ୍ତାରେ  ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ସେପଟେ ମୃତ୍ୟୁ ମହିଳାଙ୍କ କ୍ଷତିପୂରଣ ଦାବିକୁ ନେଇ ସ୍ଥାନୀୟବାସୀଙ୍କ ରାସ୍ତାରୋକ କରାଯାଇଛି।

Exit mobile version