

ସତ୍ୟଶିଖା(ନୂଆଦିଲ୍ଲୀ ) ୮ .୦୯ .୨୦୨୧: ସରକାର ଗଠନ ନେଇ ଘୋଷଣା କରିବା ସହ ନୂଆ ନୀତି ଘୋଷଣା କରିଛି ତାଲିବାନ । ନୂଆ ନୀତି ଘୋଷଣା କରି ତାଲିବାନୀମାନେ କହିଛନ୍ତି, କେହି ଭବିଷ୍ୟତକୁ ନେଇ ଚିନ୍ତା କରିବାର ଆବଶ୍ୟକତା ନାହିଁ । ଦେଶରେ ଲାଗୁ ହେବ ଇସଲାମିକ୍ ବ୍ୟବସ୍ଥା । ଶରିଆ ଆଇନ ଅନୁସାରେ ଆଫଗାନିସ୍ତାନ ସରକାର ଓ ଲୋକଙ୍କୁ ଚାଲିବ । ଆଫଗାନିସ୍ତାନରେ କିଭଳି ଶାନ୍ତି ଫେରିବ ତାହା ନୂଆ ସରକାର ଚେଷ୍ଟା କରିବ । ଏଥିସହ ଦେଶ ନଛାଡିବାକୁ ଆଫଗାନ ନାଗରିକଙ୍କ ଅପିଲ କରିଛନ୍ତି ନୂଆ ସରକାର । ଏପରିକି ଅନ୍ୟ ଦେଶମାନେ ପୁଣି ଥରେ ସେମାନଙ୍କ ଦୂତାବାସ ପୁଣି ଥରେ କାଯ୍ୟକ୍ଷମ କରିବାକୁ ଅପିଲ କରିଛନ୍ତି । ଅନ୍ୟପଟେ ତାଲିବାନୀ ସରକାରକୁ ବେଆଇନ କହିଛି ରେଜିଷ୍ଟାନ୍ସ ଫୋର୍ସ । ପଞ୍ଜଶୀରରେ ତାଲିବାନ ଚଳାଇଥିବା ନରସଂହାର ରୋକିବା ପାଇଁ ଜାତିସଂଘର ଦ୍ୱାରସ୍ଥ ହୋଇଛି ରେଜିଷ୍ଟାନ୍ସ ଫୋର୍ସ । ସେପଟେ ତାଲିବାନ ସରକାରକୁ ନେଇ ଆମେରିକାରେ ତୀବ୍ର ପତିକ୍ରିୟା ପ୍ରକାଶ ପାଇଛି । ଆମେରିକା ଆଇନ ପ୍ରଣେତା କହିଛନ୍ତି, ତାଲିବାନ ସରକାର ହେଉଛି, ଆତଙ୍କବାଦୀଙ୍କ ସରକାର । ଆତଙ୍କବାଦୀ ଦ୍ୱାରା ଆତଙ୍କବାଦୀଙ୍କ ପାଇଁ ।