ସତ୍ୟଶିଖା ୨୩/୦୧/୨୦୨୧ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଶାନ୍ତିପୁର ଗାଁରେ ସଶସ୍ତ୍ର ଡକାୟତି । ମାରଣାସ୍ତ୍ର ଦେଖାଇ କଳାକନା ବୁଲାଇଲେ ଡକାୟତ । ଲକ୍ଷାଧିକ ଟଙ୍କା, ସୁନା ଗହଣା ଲୁଟି ନେଇଥିବା ନେଇ ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଶୁକ୍ରବାର ବିଳମ୍ବିତ ରାତିରେ ୨୦ ରୁ ୨୫ଜଣ ଦୁର୍ବୃତ୍ତ ଆସି ଶାନ୍ତିପୁର ଗ୍ରାମର ଆର୍ତ୍ତରଣ ସାହୁଙ୍କ ଘରେ ପହଞ୍ଚିଥିଲେ । ମାରଣାସ୍ତ୍ର ଓ ବନ୍ଧୁକ ଦେଖାଇ କବାଟ ଭଙ୍ଗାରୁଜା କରିବା ସହ ଘର ମାଲିକଙ୍କୁ ମାଡ ମାରି ପ୍ରାୟ ୬ରୁ ୭ଲକ୍ଷ ଟଙ୍କା ଓ ୧୫ରୁ ୧୭ଭରି ସୁନା ଗହଣା ଲୁଟି ନେଇଥିଲେ ।