ଅପରାଧନ୍ୟୁଜ୍ରାଜ୍ୟ

ଲକ୍ଷାଧିକ ଟଙ୍କା ସହ ଲୁଟିନେଲେ ଭରି ଭରି ସୁନାଗହଣା

ସତ୍ୟଶିଖା ୨୩/୦୧/୨୦୨୧ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଶାନ୍ତିପୁର ଗାଁରେ ସଶସ୍ତ୍ର ଡକାୟତି । ମାରଣାସ୍ତ୍ର ଦେଖାଇ କଳାକନା ବୁଲାଇଲେ ଡକାୟତ । ଲକ୍ଷାଧିକ ଟଙ୍କା, ସୁନା ଗହଣା ଲୁଟି ନେଇଥିବା ନେଇ ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ବିଳମ୍ବିତ ରାତିରେ ୨୦ ରୁ ୨୫ଜଣ ଦୁର୍ବୃତ୍ତ ଆସି ଶାନ୍ତିପୁର ଗ୍ରାମର ଆର୍ତ୍ତରଣ ସାହୁଙ୍କ ଘରେ ପହଞ୍ଚିଥିଲେ । ମାରଣାସ୍ତ୍ର ଓ ବନ୍ଧୁକ ଦେଖାଇ କବାଟ ଭଙ୍ଗାରୁଜା କରିବା ସହ ଘର ମାଲିକଙ୍କୁ ମାଡ ମାରି ପ୍ରାୟ ୬ରୁ ୭ଲକ୍ଷ ଟଙ୍କା ଓ ୧୫ରୁ ୧୭ଭରି ସୁନା ଗହଣା ଲୁଟି ନେଇଥିଲେ ।ଏ ନେଇ ଅଭିଯୋଗ ପାଇବା ପରେ ଶନିବାର ସକାଳୁ ଖପ୍ରାଖୋଲ ଥାନା ପୋଲିସ ସହିତ ବଲାଙ୍ଗୀର ଏସପି ନିତିନ କୁସଲକର ପହଞ୍ଚି ଛାନଭିନ୍ ଜାରି ରଖିଛନ୍ତି । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଛି । ଏହି ଡକାୟତି ବେଳେ ବୋମା ବିସ୍ଫୋରଣ ହୋଇଥିବା ମଧ୍ୟ ଜଣାପଡିଛି ।

Show More
Back to top button