ଖାଦ୍ୟ ସାମଗ୍ରୀ ସହ ଜଡିତ କେତେକ ଜାଣିବା କଥା


ସତ୍ୟଶିଖା ୧୧/୦୨/୨୦୨୧ : ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ଅଧିକାଂଶ ଲୋକେ ବଳକା ଖାଦ୍ୟ ଓ ଅନ୍ୟାନ୍ୟ ବହୁ ଖାଦ୍ୟ ସାମଗ୍ରୀକୁ ଅଧିକ ଦିନ ଯାଏଁ ଫ୍ରିଜରେ ରଖି ଦେଇଥାଆନ୍ତି । ମାତ୍ର କେଉଁ ଖାଦ୍ୟ ସାମଗ୍ରୀକୁ କେତେ ଦିନ ଯାଏଁ ଫ୍ରିଜରେ ରଖିବା ଉଚିତ ତାହା ହୁଏତ ସଭିଏଁ ଜାଣି ନଥିବେ । ଜାଣନ୍ତୁ ଏହା ବିଷୟରେ…….
କଦଳୀ –
କଦଳୀକୁ ଫ୍ରିଜରେ ରଖିବା ଦ୍ୱାରା ଏହା ଶୀଘ୍ର କଳା ପଡ଼ି ପଚି ନଷ୍ଟ ହୋଇଯାଏ । ଏତଦ ବ୍ୟତୀତ କଳଦୀକୁ ଫ୍ରିଜରେ ରଖିବା ଦ୍ୱାରା ଏଥିରୁ ଇଥାଈଲୀନ ନାମକ ଗ୍ୟାସ ନିର୍ଗତ ହୋଇ ଫ୍ରିଜରେ ଥିବା ଅନ୍ୟାନ୍ୟ ଖାନ୍ୟପଦାର୍ଥକୁ ମଧ୍ୟ ନଷ୍ଟ କରିଥାଏ ।
କମଳା , ଲେମ୍ବୁ –
କମଳା , ଲେମ୍ବୁର ସ୍ୱାଦ ଖଟା । ଏଥିରେ ସିଟ୍ରିକ ଏସିଡ଼ ଥିବାରୁ ଏହା ଥଣ୍ଡା ସହ୍ୟ କରିପାରିନଥାଏ ଓ ଏହାର ରସ ଓ ଚୋପା ଶୁଖିଯାଏ । ଯାଦ୍ୱାରା ଏହାର ସ୍ୱାଦ ଓ ଏଥିରେ ଥିବା ଭିଟାମିନ ନଷ୍ଟ ହୋଇଥାଏ ।
ଅଙ୍ଗୁର –
ଅଙ୍ଗୁରକୁ ନଧୋଇ ଏହାକୁ ଫ୍ରିଜରେ ରଖି ପାରିବେ । ମାତ୍ର ଏହାକୁ ଧୋଇ ରଖିଲେ ଏହା ଶୀଘ୍ର ପଚି ନଷ୍ଟ ହୋଇଯାଏ । ଆପଣ ଏକ ପ୍ଲାଷ୍ଟିକ ଜରିରେ ଏହାକୁ ଭର୍ତ୍ତି କରି ରଖି ପାରିବେ ।
ସେଓ –
ସେଓରେ ଏନଜାଇମ୍ସ ଏକ୍ଟିବର ମାତ୍ରା ଅଧିକ ରହିଛି । ଯାଦ୍ୱାରା ଏହାକୁ ଫ୍ରିଜରେ ରଖିବା ଦ୍ୱାରା ଏହା ଅଧିକ ପାଚି ନଷ୍ଟ ହୋଇଯାଏ ।
ଆମ୍ବ –
ଆମ୍ବକୁ ମଧ୍ୟ ଫ୍ରିଜରେ ରଖିବା ଅନୁଚିତ । କାରଣ ଫ୍ରିଜରେ ରଖିବା ଦ୍ୱାରା ଏଥିରେ ଥିବା ଆଣ୍ଟିଅକ୍ସିଡ଼ାଣ୍ଟ ହ୍ରାସ ପାଇଥାଏ ଓ ଏହା ଶୀଘ୍ର ପଚି ନଷ୍ଟ ହୋଇଯାଏ ।
ଅଣ୍ଡା –
ଅଣ୍ଡାରେ ଅଧିକ ପରିମାଣରେ ପୋଷକ ତତ୍ତ୍ୱ ରହିଛି । ମାତ୍ର ଏହାକୁ କଞ୍ଚା କିମ୍ବା ପ୍ରସ୍ତୁତ କରି ଫ୍ରିଜରେ ରଖିଲେ ଏହାର ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଏ । ତେଣୁ ସର୍ବଦା ଚେଷ୍ଟା କରନ୍ତୁ ଆବଶ୍ୟକ ପରିମାଣରେ ଅଣ୍ଡା ଆଣି ଏହାକୁ ସେହି ଦିନ ହିଁ ବ୍ୟବହାର କରନ୍ତୁ । ଫ୍ରିଜରେ ରଖନ୍ତୁ ନାହିଁ ।
ପନିର –
ପନିର ଫ୍ରିଜରେ ରଖିପାରିବେ । ମାତ୍ର ଏହାକୁ ଏକ ପ୍ଲାଷ୍ଟିକ ଡ଼ବା ମଧ୍ୟରେ ରଖି ପାଣି ଭର୍ତ୍ତି କରି ଡ଼ବାର ଖୋଳ ବନ୍ଦ କରନ୍ତୁ ଯେପରି ଏହା ପାଣିରେ ଡ଼ୁବିବା ଭଳି ରହିବ ।
ପାଉଁରୁଟି –
ପାଉଁରୁଟିର ପ୍ୟାକେଟକୁ ଖୋଲିବା ପରେ ଏହାକୁ ଗୋଟିଏ ଦିନରୁ ଅଧିକ ଫ୍ରିଜରେ ରଖନ୍ତୁ ନାହିଁ । ମାତ୍ର ଯଦି ପ୍ୟାକେଟ ଖୋଲି ନଥିବେ , ତେବେ ଏହାକୁ ୨ ଦିନ ଫ୍ରିଜରେ ରଖି ପାରିବେ ।
ଆମିଷ –
ଯେକୌଣସି ଆମିଷକୁ ଫ୍ରିଜରେ ରଖି ପାରିବେ । ମାତ୍ର ୩ , ୪ ଦିନରୁ ଅଧିକ ଦିନ ଯାଏଁ ରଖନ୍ତୁ ନାହିଁ ।
ପନିପରିବା –
ପନିପରିବାକୁ ଅଧିକ ଦିନ ଫ୍ରିଜରେ ରଖନ୍ତୁ ନାହିଁ । କଟା ପିଆଜ ଆଦୌ ଫ୍ରିଜରେ ରଖନ୍ତୁ ।