ଦେଶନ୍ୟୁଜ୍ବାଣିଜ୍ୟବିଦେଶସ୍ପେଶାଲ୍ ରିପୋର୍ଟ

ସମସ୍ତ ୟୁପିଆଇ ଆପ୍‌କୁ ନେଇ ଲାଗୁ ହେବ ନୂଆ ନିୟମ

ସତ୍ୟଶିଖା (ନୂଆଦିଲ୍ଲୀ) ୭/୧୧/୨୦୨୦ : ଗୁଗଲ୍ ପେ, ପେଟିଏମ୍ ଓ ଫୋନ୍ ପେ ସମେତ ଥାର୍ଡ଼ ପାର୍ଟି ପେମେଣ୍ଟ ଆପ୍ ମାଧ୍ୟମରେ ୟୁପିଆଇ (Unified Payment Interface) ପେମେଣ୍ଟ କରୁଥିବା ଲୋକଙ୍କ ପାଇଁ ବଡ ଖବର । ନ୍ୟାସନାଲ୍ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ ଥାର୍ଡ଼ ପାର୍ଟି ଆପ୍ ପ୍ରୋଭାଇଡର୍ସ ଉପରେ ୨୦୨୧ ଜାନୁଆରୀ ୧ ତାରିଖରୁ ୩୦ ପ୍ରତିଶତ କ୍ୟାପ୍ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି । N.P.C.I ଥାର୍ଡ଼ ପାର୍ଟି ଆପ୍ସର ଅକାଧିକରକୁ ସମାପ୍ତ କରିବାକୁ ଏହିଭଳି ନିଷ୍ପତ୍ତି ନେଇଛି ।

 

ନ୍ୟାସନାଲ୍ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ ଏକ ପ୍ରେସ ବିଜ୍ଞପ୍ତି ଜାରି କରି କହିଛି ଯେ ଥାର୍ଡ଼ ପାର୍ଟି ଆପ ପ୍ରୋଭାଇଡ଼ର୍ସ (T.P.A.P) ରେ ୩୦ ପ୍ରତିଶତ କ୍ୟାପ୍ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି । ଭବିଷ୍ୟତରେ କୌଣସି ଥାର୍ଡ଼ ପାର୍ଟି ଆପର ମୋନୋପଲି ରୋକିବାକୁ ଏବଂ ସାଇଜ୍ ହିସାବରେ ମିଳୁଥିବା ଫାଇଦା ରୋକିବାକୁ N.P.C.I ଏହି ନିଷ୍ପତ୍ତି ନେଇଛି । N.P.C.I ର ଏହି ନିଷ୍ପତ୍ତି ଦ୍ୱାରା ୟୁପିଆଇ ଟ୍ରାଞ୍ଜାକ୍ସନରେ କୌଣସି ଗୋଟିଏ ପେମେଣ୍ଟ ଆପର ଏକାଧିକର ରହିବନି ।N.P.C.I ଦ୍ୱାରା ଥାର୍ଡ଼ ପାର୍ଟି ଆପ୍ ପ୍ରୋଭାଇଡ଼ର୍ସ ଉପରେ ୩୦ ପ୍ରତିଶତ କ୍ୟାପ୍ ଲାଗୁ କରିବାରୁ ଏହି ଆପରୁ ୟୁପିଆଇ ଲେଣଦେଣ ମାମଲାରେ ଏକାଧିକର ହୋଇପାରିବନି । ଏହାଦ୍ୱାରା ଥାର୍ଡ଼ ପାର୍ଟି ଏକାଧିକରକୁ ରୋକାଯାଇପାରିବ । ସରକାରଙ୍କ ଦ୍ୱାରା ସୂଚାଇ ଦିଆଯାଇଛି ଯେ, ଦେଶରେ ପ୍ରତି ମାସରେ ପାଖାପାଖି ୨୦୦ କୋଟି ୟୁପିଆଇ କାରବାର ହେଉଛି । ଏହି କାରବାର ବିଭିନ୍ନ ପେମେଣ୍ଟ ଆପ୍ ମାଧ୍ୟମରେ ହେଉଛି । ସରକାର କହିଛନ୍ତି ଯେ ଆଗାମୀ ସମୟରେ ଦେଶରେ ୟୁପିଆଇ କାରବାର ଆହୁରି ବୃଦ୍ଧି ପାଇବ ।

ୟୁପିଆଇ କାରବାର ଆଗକୁ ଆହୁରି ବଢିବାର ସମ୍ଭାବନା ରହିଛି । ସେଥିପାଇଁ N.P.C.I ଥାର୍ଡ଼ ପାର୍ଟି ଆପ୍ କାରବାର ଉପରେ ଲଗାମ ଲଗାଉଛି । ଜାନୁଆରୀ ୧ ତାରିଖ ପରେ ଆପ୍ ଟୋଟାଲ୍ ଭଲ୍ୟୁମର ବେଶୀ ରୁ ବେଶୀ ୩୦ ପ୍ରତିଶତ ଟ୍ରାଞ୍ଜାକ୍ସନ୍ ହିଁ କରିପାରିବେ । ଏହାସହ ୨୦୨୧ ଜାନୁଆରୀ ୧ ତାରିଖରୁ ଚେକ୍ ଜରିଆରେ ଠକେଇ ରୋକିବାକୁ ନୂଆ ବ୍ୟବସ୍ଥା ଆରମ୍ଭ ହେଉଛି । ୫ ଲକ୍ଷ ଟଙ୍କାରୁ ଅଧିକ ସମସ୍ତ ଚେକ୍ ପଜିଟିଭ୍ ପେ ଚେକ୍ ବ୍ୟବସ୍ଥା ଜରିଆରେ କ୍ଳିଅର ହେବ । ଚେକ୍ କାଟିବା ସମୟରେ ଗ୍ରାହକ ନିଜେ ବ୍ୟାଙ୍କକୁ ଚେକ୍ ଭଙ୍ଗାଉଥିବା ବ୍ୟକ୍ତି ସମ୍ପର୍କରେ ସୂଚନା ଦେବେ । ଉଭୟ ଚେକ୍ ଦେଇଥିବା ଓ ଭଙ୍ଗାଉଥିବା ବ୍ୟକ୍ତିଙ୍କ ତଥ୍ୟ ମିଶାଇବା ପରେ ହିଁ ବ୍ୟାଙ୍କ ଚେକ୍ କ୍ଳିଅର୍ କରିବ ।

Show More
Back to top button