ଏହି ଯୋଜନାରେ ପୁଞ୍ଜି ବିନିଯୋଗ କରି ପାଇବେ ଡବଲ୍ ରିଟର୍ନ,

ସତ୍ୟଶିଖା (ନୂଆଦିଲ୍ଲୀ) ୦୫/୧୨/୨୦୨୦ : ସମସ୍ତେ ଭଲ ଜାଗାରେ ବିନିଯୋଗ କରିବାକୁ ଚାହାନ୍ତି ଯେପରି ଭବିଷ୍ୟତରେ ଭଲ ରିଟର୍ନ ମିଳିବ । କିନ୍ତୁ ବେଳେ ବେଳେ ଲୋକେ ଭୁଲ ବଶତଃ ଏମିତି ଜାଗାରେ ପୁଞ୍ଜି ବିନିଯୋଗ କରିଦିଅନ୍ତି ଯେଉଁଠାରୁ ରିଟର୍ନ ତ ଦୂର କଥା ବିନିଯୋଗ କରିଥିବା ରାଶି ବି ସୁରକ୍ଷିତ ପାଇବା ମୁସକିଲ ହୋଇଯାଇଥାଏ । ପୋଷ୍ଟ ଅଫିସର ଏମିତି ଏକ ଯୋଜନା ରହିଛି ଯେଉଁଥିରେ ବିନିଯୋଗ କରି ଆପଣ ଡବଲ୍ ରିଟର୍ନ ପାଇପାରିବେ । ଏହି ଯୋଜନା ହେଲା କିଷାନ୍ ବିକାଶ ସ୍କିମ୍ । ଜାଣନ୍ତୁ କଣ ଏହି କିଷାନ ବିକାଶ ସ୍କିମ :
କେନ୍ଦ୍ର ସରକାର ପୋଷ୍ଟ ଅଫିସ ଜରିଆରେ କିଷାନ ବିକାଶ ଯୋଜନା ଆରମ୍ଭ କରିଛନ୍ତି । ହିଁ ଯୋଜନାରେ ବିନିଯୋଗକାରୀଙ୍କୁ ଗ୍ୟାରେଣ୍ଟି ଡବଲ୍ ରିଟର୍ନ ମିଳିଥାଏ । ସରକାରଙ୍କ ଦ୍ୱାରା ସଞ୍ଚାଳିତ ଏହି ସ୍କିମରେ ଟଙ୍କା ବୁଡିବା ନେଇ ଚିନ୍ତା କରିବା ମଧ୍ୟ ଦରକାର ନାହିଁ । କାରଣ ଏହି ଯୋଜନାରେ ଆପଣଙ୍କ ଟଙ୍କା ସରକାରଙ୍କ ପାଖରେ ସୁରକ୍ଷିତ ରହେ ।କିଷାନ ବିକାଶ ସ୍କିମରେ ଆପଣଙ୍କୁ ୧୨୪ ମାସ ପାଇଁ ନିବେଶ କରିବାକୁ ହେବ । ଏହି ଅବଧିରେ ଆପଣ ନିବେଶ କରିଥିବା ପୁଞ୍ଜି ଡବଲ ହୋଇଯାଇଥାଏ । ଏହି ଯୋଜନାରେ ସରକାର ୬.୯ ପ୍ରତିଶତ ସୁଧ ଦେଇଥାନ୍ତି । ଏହି ଯୋଜନାରେ ଆପଣ ସିଙ୍ଗଲ୍ ଆକାଉଣ୍ଟ ବା ଡବଲ୍ ଆକାଉଣ୍ଟ ବି ଖୋଲି ପାରିବେ ।
ପୋଷ୍ଟ ଅଫିସର କିଷାନ ବିକାର ଯୋଜନାରେ ସର୍ବନିମ୍ନ ହଜାରେ ଟଙ୍କା ନିବେଶ କରିପାରିବେ । ସର୍ବାଧିକ ଯେତିକି ଇଚ୍ଛା ସେତିକି ନିବେଶ କରିପାରିବେ । କିନ୍ତୁ ପୋଷ୍ଟ ଅଫିସ ନିୟମ ଅନୁସାରେ ଏହି ସ୍କିମରେ ନିବେଶ କରିବାକୁ ହେଲେ ନିବେଶକଙ୍କ ବୟସ ୧୮ ବର୍ଷ ହେବା ଦରକାର । ଆପଣ ଏହି ସ୍କିମରେ ହଜାରେ, ୫ ହଜାର, ୧୦ ହଜାର, ୫୦ ହଜାର ଯାଏଁ ସାର୍ଟିଫିକେଟ୍ ଜାରି କରାଇପାରିବେ ।