ସତ୍ୟଶିଖା(ନୂଆଦିଲ୍ଲୀ) ୦୮/୧୨/୨୦୨୦ : ଭାରତର ଚତୁର୍ଥ ବଡ଼ ସଫ୍ଟଓ୍ୱେର କମ୍ପାନୀ ଓ୍ୱିପ୍ରୋ ଜାନୁଆରୀ ୧ ତାରିଖରୁ ପ୍ରାୟ ୮୦ପ୍ରତିଶତ କର୍ମଚାରୀଙ୍କ ବେତନ ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଛି । ଏହାସହିତ ନିଜ କାମରେ ଯେଉଁମାନେ ଉଚ୍ଚ ପ୍ରଦର୍ଶନ କରିଥିବେ ସେମାନଙ୍କୁ ପଦୋନ୍ନତି ମଧ୍ୟ କରାଯିବ । କରୋନା ଭାଇରସ ପରି ସଙ୍କଟ ସମୟରେ ଆସିଥିବା ବ୍ୟାଘାତ ମଧ୍ୟରେ କମ୍ପାନୀ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । କର୍ମଚାରୀଙ୍କ ପାଇଁ ପୁରସ୍କାର ଓ ପଦୋନ୍ନତି ନିହାତି ଆବଶ୍ୟକ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।
Wipro କର୍ମଚାରୀଙ୍କ ଦରମା ବଢିବ
