

ସତ୍ୟଶିଖା(ନୂଆଦିଲ୍ଲୀ) ୨୨.୧୨.୨୦୨୧: ଶେଷ ହେଲା ସଂସଦର ଶୀତକାଳିନ ଅଧିବେଶନ । ଆଜି ଉଭୟ ଲୋକସଭା ଏବଂ ରାଜ୍ୟସଭାକୁ ଅନିର୍ଦ୍ଧିଷ୍ଠ କାଳ ପାଇଁ ମୁଲତବି ଘୋଷଣା କରାଯାଇଛି । ତେବେ ଏହା ପୁର୍ବରୁ ଆଜି କ୍ୟାବିନେଟର ବରିଷ୍ଠ ମନ୍ତ୍ରୀମାନଙ୍କ ସହିତ ବୈଠକ କରି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ନଭେମ୍ବର ୨୯ ତାରିଖରୁ ଆରମ୍ଭରୁ ଚଳିତ ଶୀତକାଳିନ ଅଧୀବେଶନରେ ଉଭୟ ଗୃହରେ ବିରୋଧୀଙ୍କ ହଟହଟଗୋଳ ମଧ୍ୟରେ ଶେଷ ହୋଇଛି । ବିଭିନ୍ନ ବିଷୟକୁ ନେଇ ସରକାରଙ୍କୁ ବିରୋଧୀ ଆଡୁଆରେ ପକାଇବାକୁ ଚେଷ୍ଟା କରିଥିଲେ । ଏଥି ମଧ୍ୟରେ ରାଜ୍ୟସଭାରେ ୧୨ ବିରୋଧୀ ସାଂସଦଙ୍କୁ ନିଲମ୍ବନ କରାଯାଇଥିଲା ।
ସାଂସଦଙ୍କ ନିଲମ୍ବନକୁ ନେଇ ରାଜ୍ୟସଭାରେ ବିରୋଧୀ ଓ ସରକାରଙ୍କ ମଧ୍ୟରେ ଏକ ଦ୍ୱନ୍ଦ୍ୱ ଦେଖାଦେଇଥିଲା। ନିଲମ୍ବିତ ସାଂସଦମାନେ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖଡଗେ ଏବଂ ଅନ୍ୟ ସାଂସଦଙ୍କ ସହଯୋଗରେ ପ୍ରତିଦିନ ସଂସଦ ପରିସରରେ ଗାନ୍ଧୀ ପ୍ରତିମୂର୍ତ୍ତି ସମ୍ମୁଖରେ ପ୍ରଦର୍ଶନ କରିଥିଲେ।
ମଙ୍ଗଳବାର ଦିନ ଲୋକସଭାରେ ନିଷେଧାଦେଶ (ସଂଶୋଧନ) ବିଲ୍, ୨୦୨୧ ଉପରେ ଆଲୋଚନା ହୋଇଥିଲା, ଯାହା ମହିଳାଙ୍କ ପାଇଁ ଆଇନଗତ ବିବାହର ବୟସ ୧୮ ରୁ ୨୧ କୁ ବୃଦ୍ଧି କରିବ। କଂଗ୍ରେସ ସଦସ୍ୟ ତଥା ଅନ୍ୟ ବିରୋଧୀ ଦଳ ଏହି ବିଲ୍କୁ ବିରୋଧ କରିଛନ୍ତି ଏବଂ ଗୃହକୁ ଅଣାଯାଇଥିବା “ତତ୍ପରତା” ଉପରେ ପ୍ରଶ୍ନ କରିଥିଲେ । କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଦ୍ୱାରା ଉପସ୍ଥାପିତ ହୋଇଥିବା ଏହି ବିଲ୍, ୨୦୦୬ ଆଇନରେ ସଂଶୋଧନ ପ୍ରସ୍ତାବ ଦେଇଥିବା ସଂସଦର ସ୍ଥାୟୀ କମିଟିକୁ ଅଧିକ ଆଲୋଚନା ପାଇଁ ପଠାଯାଇଥିଲା ।