ସତ୍ୟଶିଖା (ଭୁବନେଶ୍ୱର) ୨୯/୧୦/୨୦୨୦ : ମୌସୁମୀ ଫେରିଯିବା ପରେ ରାଜ୍ୟରେ ବଢ଼ିଛି ଶୀତର ପ୍ରକୋପ । ଫୁଲବାଣୀ ସହର ସମେତ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି, ବେଲଘର, ରାଇକିଆ, ଜି. ଉଦୟଗିରି ଆଦି ଅଞ୍ଚଳରେ କୁହୁଡ଼ି ସାଙ୍ଗକୁ ଥଣ୍ଡା ଅନୁଭୂତ ହୋଇଛି । ସେହିପରି ଗତକାଲି ଫୁଲବାଣୀରେ ତାପମାତ୍ରା୧୫ ଡିଗ୍ରୀ ସେଲସିୟସକୁ ଖସିଆସିଥିଲା । ଲା-ନିନା ପ୍ରଭାବରେ ଶୀତର ପ୍ରକୋପ ଏବର୍ଷ ଅଧିକ ରହିବ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି । ଏବେ ସାରା ରାଜ୍ୟରେ ପାଗ ଶୁଖିଲା ରହିବ । ୧ ତାରିଖରେ ଉତ୍ତର ଓଡ଼ିଶାର କେତୋଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ।
ଶୀତର ପ୍ରକୋପ ରାଜ୍ୟରେ ବଢୁଛି : କନ୍ଧମାଳରେ ୧୫ଡିଗ୍ରୀ ଖସିଲା !
