ଅପରାଧନ୍ୟୁଜ୍ରାଜ୍ୟ

ବୋଲେରୋରୁ ଜବତ ହେଲା ମଦ, ଖଣ୍ଡା ଓ ଭୁଜାଲି

ସତ୍ୟଶିଖା ୦୭/୦୧/୨୦୨୧ :  ଚୋରା ମଦ ସହ ବୋଲେରୋ ଜବତ । ଗାଡିରୁ ଅନେକ ମାରଣାସ୍ତ୍ର  ମଧ୍ୟ ଜବତ ହୋଇଛି । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଆମ୍ବପଲାସ ଗାଁରେ ମିଳିତ ଭାବେ ଚଢାଉ କରାଯାଇଛି ।

ଖବର ଅନୁଯାୟୀ, ଚୋରା ମଦ କାରବାର ନେଇ ପୋଲିସ ଓ ଅବକାରୀ ବିଭାଗ ନିକଟରେ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ଉଭୟ ଟିମ୍‌ ଆମ୍ବପଲାସ ଗାଁରେ ନିକଟରେ ଜଗି ରହିଥିଲେ । ଠିକ୍‌ ଏହି ସମୟରେ ଏକ ବୋଲେରୋ ଗାଡ଼ି ଆସିଥିଲା । ଗାଡି଼କୁ ତନାଘନା ପରେ ସେଥିରୁ ୩ଶହ ଲିଟର ମଦ ଜବତ ହୋଇଛି । ଏହାସହିତ ଗାଡ଼ିରେ ବହୁ ମାରଣାସ୍ତ୍ର ମଧ୍ୟ ରହିଥିଲା । ଯହାକୁ ଜବତ କରିଛନ୍ତି ଉଭୟ ଟିମ୍‌ । କିନ୍ତୁ ଘଟଣାସ୍ଥଳରୁ ଗାଡି ଚାଳକ ଓ ମାଫିଆ ଚମ୍ପଟ ମାରିବାରେ ସଫଳ ହୋଇଥିଲେ । ପରଜଙ୍ଗ ପୋଲିସ ଏସଂପର୍କରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି ।

Show More
Back to top button