ନ୍ୟୁଜ୍ରାଜ୍ୟସ୍ୱାସ୍ଥ୍ୟ

ରାଜ୍ୟରେ କୋହଳ ହେବ କି କଟକଣା ? ଆଜି ଆସିବ ଫେବ୍ରୁଆରୀ ମାସ ପାଇଁ ଗାଇଡଲାଇନ୍‌

ସତ୍ୟଶିଖା(ଭୁବନେଶ୍ୱର ) ୩୧.୦୧.୨୦୨୨ :ରାଜ୍ୟରେ କୋହଳ ହେବ କି କଟକଣା ? ଆଜି ଆସିବ ଫେବ୍ରୁଆରୀ ମାସ ପାଇଁ କୋଭିଡ୍‌ ଗାଇଡଲାଇନ୍‌ । କଣ ହେବ ରୂପରେଖ । ଖୋଲିବ କି ସ୍କୁଲ, କଲେଜ ? ଅଧିକ ସମୟ ମାର୍କେଟ ଖୋଲିବାକୁ ଅନୁମତି ମିଳିବ କି ? ବର୍ତ୍ତମାନ କୋଭିଡ୍‌ ସ୍ଥିତି ଦେଖି ମୁକାବିଲା ରଣନୀତି କରିଛନ୍ତି ସରକାର । ଫେବ୍ରୁଆରୀରେ ସହରାଞ୍ଚଳରେ ନାଇଟ୍‌ କର୍ଫ୍ୟୁ ବଳବତ୍ତର ରଖିପାରନ୍ତି ସରକାର । ଏବେ ରାତି ୯ଟାରୁ ସକାଳ ୫ଟା ଯାଏ କଟକଣା ଲାଗିଛି । ଫେବ୍ରୁଆରୀରେ ରାତ୍ରିକାଳୀନ କର୍ଫ୍ୟୁ ସୀମା କମିପାରେ ।

ଅଧିକ ସମୟ ମାର୍କେଟ ଖୋଲିବାକୁ ଅନୁମତି ଦେଇପାରନ୍ତି ସରକାର । ସେହିପରି ବିବାହ, ବ୍ରତଘରରେ ଶହେ ଜଣଙ୍କୁ ଏବେ ସାମିଲ ଅନୁମତି ରହିଛି । ବାହାଘର ଶୋଭାଯାତ୍ରାରେ ସର୍ବାଧିକ ୩୦ ଜଣ ସାମିଲ ହେଉଛନ୍ତି । ଶୁଦ୍ଧିକ୍ରିୟାରେ ୫୦ ଜଣ ଏକାଠି ହୋଇପାରୁଛନ୍ତି। ଏଦିଗରେ ସରକାର କି ପଦକ୍ଷେପ ନେବେ ତାକୁ ଅପେକ୍ଷା । ଜାନୁଆରୀରେ ପ୍ରଦର୍ଶନୀ, ଏକ୍ସପୋ, ଟ୍ରେଡ୍‌ ଫେୟାର୍‌, ମେଳା ଉପରେ ଲାଗିଥିଲା କଟକଣା । ୫୦ ପ୍ରତିଶତ କ୍ଷମତା ସହ ହୋଟଲ୍‌, ରେଷ୍ଟୁରାଣ୍ଟ, ବାର୍‌, ଢାବା ରାତି ୯ଟା ଯାଏ ଖୋଲା ରହୁଛି । ୫୦ ପ୍ରତିଶତ କ୍ଷମତା ସହ ଚାଲୁଛି ସିନେମା ହଲ୍‌, ଥିଏଟର । ଏସବୁ କ୍ଷେତ୍ରରେ ସରକାରଙ୍କର ଫେବ୍ରୁଆରୀ ଗାଇଡଲାଇନ୍‌ କଣ ରହିବ, ତାଉପରେ ସମସ୍ତଙ୍କର ନଜର ରହିଛି ।

Show More
Back to top button