ସତ୍ୟଶିଖା ୧୦/୧୧/୨୦୨୦ : ଧନତେରାସ କାର୍ତ୍ତିକ କୃଷ୍ଣ ତ୍ରୟୋଦଶୀରେ ପାଳନ କରାଯାଇଥାଏ । ଏଥର ତ୍ରୟୋଦଶୀ ନଭେମ୍ବର ୧୨ ରାତି ୯.୩୦ରୁ ପର ଦିନ ନଭେମ୍ବର ୧୩ତାରିଖ ସନ୍ଧ୍ୟା ୫.୫୯ ଯାଏଁ ରହିବ । ଏହା ପରେ ଚତୁର୍ଦ୍ଦଶୀ ତିଥି ଆରମ୍ଭ ହୋଇଯିବ । ଏଥିପାଇଁ ନଭେମ୍ବର ୧୩ତାରିଖ ସନ୍ଧ୍ୟା ୫.୫୯ ପୂର୍ବରୁ ଧନତେରାସ ପାଳନ କରାଯିବ । ନଭେମ୍ବର ୧୩ତାରିଖ ସନ୍ଧ୍ୟା ୫.୫୯ପରେ ଛୋଟ ଦିପାବଳୀ ଅର୍ଥାତ୍ ନରକ ଚତୁର୍ଦ୍ଦଶୀ ଆରମ୍ଭ ହୋଇଯିବ ।
ଧନତେରାସ ପର୍ବ ଧନ ଏବଂ ଆରୋଗ୍ୟ ସହ ଜଡ଼ିତ । ଧନ ପାଇଁ ଏହି ଦିନ କୁବେର ପୂଜା କରାଯାଇଥାଏ ଏବଂ ଆରୋଗ୍ୟ ପାଇଁ ଧନ୍ବନ୍ତରୀ ପୂଜା କରାଯାଇଥାଏ । ଏହି ଦିନ ମୂଲ୍ୟବାନ ଧାତୁ,ନୂଆ ବାସନ ଏବଂ ଆଭୂଷଣ କିଣାକିଣିର ବିଧାନ ଥାଏ । ଧନତେରାସରେ କିଛି ସାବଧାନତା ଅବଲମ୍ବନ କରିବା ଜରୁରୀ ହୋଇଥାଏ ।ଦିପାବଳୀ ପୂର୍ବରୁ ଲୋକେ ଘରର କୋଣକୁ ସଫା କରନ୍ତୁ କିନ୍ତୁ ଧନତେରାସ ଦିନ ଯଦି ଘରେ ଅସନା କିମ୍ବା ଖରାପ ଜିନିଷ ପଡ଼ିଥାଏ ତେବେ ଘରେ ସକରାତ୍ମକ ଶକ୍ତି ପ୍ରବେଶ କରିନଥାଏ । ଧନତେରାସ ପୂର୍ବରୁ ହିଁ ଏପରି ଜିନିଷ ବାହାର କରି ଦିଅନ୍ତୁ ।