ଧର୍ମସାହିତ୍ୟ ଓ ସଂସ୍କୃତି

କାହିଁକି ପାଳନ କରାଯାଏ ଧନତେରାସ ?

ସତ୍ୟଶିଖା ୧୦/୧୧/୨୦୨୦ : ଧନତେରାସ କାର୍ତ୍ତିକ କୃଷ୍ଣ ତ୍ରୟୋଦଶୀରେ ପାଳନ କରାଯାଇଥାଏ । ଏଥର ତ୍ରୟୋଦଶୀ ନଭେମ୍ବର ୧୨ ରାତି ୯.୩୦ରୁ ପର ଦିନ ନଭେମ୍ବର ୧୩ତାରିଖ ସନ୍ଧ୍ୟା ୫.୫୯ ଯାଏଁ ରହିବ । ଏହା ପରେ ଚତୁର୍ଦ୍ଦଶୀ ତିଥି ଆରମ୍ଭ ହୋଇଯିବ । ଏଥିପାଇଁ ନଭେମ୍ବର ୧୩ତାରିଖ ସନ୍ଧ୍ୟା ୫.୫୯ ପୂର୍ବରୁ ଧନତେରାସ ପାଳନ କରାଯିବ । ନଭେମ୍ବର ୧୩ତାରିଖ ସନ୍ଧ୍ୟା ୫.୫୯ପରେ ଛୋଟ ଦିପାବଳୀ ଅର୍ଥାତ୍ ନରକ ଚତୁର୍ଦ୍ଦଶୀ ଆରମ୍ଭ ହୋଇଯିବ ।

ଧନତେରାସ ପର୍ବ ଧନ ଏବଂ ଆରୋଗ୍ୟ ସହ ଜଡ଼ିତ । ଧନ ପାଇଁ ଏହି ଦିନ କୁବେର ପୂଜା କରାଯାଇଥାଏ ଏବଂ ଆରୋଗ୍ୟ ପାଇଁ ଧନ୍ବନ୍ତରୀ ପୂଜା କରାଯାଇଥାଏ । ଏହି ଦିନ ମୂଲ୍ୟବାନ ଧାତୁ,ନୂଆ ବାସନ ଏବଂ ଆଭୂଷଣ କିଣାକିଣିର ବିଧାନ ଥାଏ । ଧନତେରାସରେ କିଛି ସାବଧାନତା ଅବଲମ୍ବନ କରିବା ଜରୁରୀ ହୋଇଥାଏ ।ଦିପାବଳୀ ପୂର୍ବରୁ ଲୋକେ ଘରର କୋଣକୁ ସଫା କରନ୍ତୁ କିନ୍ତୁ ଧନତେରାସ ଦିନ ଯଦି ଘରେ ଅସନା କିମ୍ବା ଖରାପ ଜିନିଷ ପଡ଼ିଥାଏ ତେବେ ଘରେ ସକରାତ୍ମକ ଶକ୍ତି ପ୍ରବେଶ କରିନଥାଏ । ଧନତେରାସ ପୂର୍ବରୁ ହିଁ ଏପରି ଜିନିଷ ବାହାର କରି ଦିଅନ୍ତୁ ।ଘରର ମୁଖ୍ୟ ଦ୍ୱାର କିମ୍ବା ମୁଖ୍ୟ କକ୍ଷ ସାମନାରେ ଜମା ବେକାର ବସ୍ତୁ ରଖନ୍ତୁ ନାହିଁ । ମୁଖ୍ୟ ଦ୍ୱାରକୁ ନୂଆ ଅବସର ସହ ଯୋଡ଼ି ଦେଖାଯାଇଥାଏ । କୁହାଯାଏ ଯେ ଘରର ମୁଖ୍ୟ ଦ୍ୱାର ଜରିଆରେ ଘରେ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ଏଥିପାଇଁ ଏହି ସ୍ଥାନ ସବୁବେଳେ ସଫା ସୁତୁରା ରଖିବା ଆବଶ୍ୟକ । ଯଦି ଆପଣ ଧନତେରାସରେ କେବଳ କୁବେର ପୂଜା କରୁଛନ୍ତି ତେବେ ଏହି ଭୁଲ୍ କରନ୍ତୁ ନାହିଁ । କୁବେର ସହ ମାଆ ଲକ୍ଷ୍ମୀ ଏବଂ ଭଗବାନ ଧନ୍ବନ୍ତରୀ ପୂଜା ମଧ୍ୟ ନିଶ୍ଚୟ କରନ୍ତୁ ନଚେତ୍ ପୂରା ବର୍ଷ ରୋଗଗ୍ରସ୍ତ ରହିବେ ।ଏପରି ବିଶ୍ବାସ ରହିଛି ଯେ ଏହି ଦିନ କାଚ ବାସନ କିଣିବା ଅନୁଚିତ୍ । ଧନତେରାସ ଦିନ ସୁନା ଚାନ୍ଦି କୌଣସି ଜିନିଷ କିମ୍ବା ନୂଆ ବାସନ କିଣିବା ଅତ୍ୟନ୍ତ ଶୁଭ ହୋଇଥାଏ । ଧନତେରାସ ଦିନ କାହାକୁ ବି ଉଧାର ଦିଅନ୍ତୁ ନାହିଁ । ଏହି ଦିନ ନିଜ ଘରୁ ମାଆ ଲକ୍ଷ୍ମୀଙ୍କ ପ୍ରବାହ ବାହାର ହେବାକୁ ଦିଅନ୍ତୁ ନାହିଁ । ଏପରି କରିବା ଦ୍ୱାରା ଆପଣଙ୍କ ଉପରେ ଦେୟ ଏବଂ କରଜର ଭାର ବଢ଼ିପାରେ । ଏହି ଦିନ ନକଲି ମୂର୍ତ୍ତି ପୂଜା କରନ୍ତୁ ନାହିଁ। ସୁନା,ଚାନ୍ଦି କିମ୍ବା ମାଟି ନିର୍ମିତ ମା ଲକ୍ଷ୍ମୀଙ୍କ ମୂର୍ତ୍ତର ପୂଜା କରନ୍ତୁ । ସ୍ବସ୍ତିକ ଏବଂ ଓଁ ଭଳି ପ୍ରତୀକକୁ କୁମକୁମ୍,ହଳଦୀ କିମ୍ବା କୌଣସି ଶୁଭ ଜିନିଷରେ ବନାନ୍ତୁ । ନକଲି ପ୍ରତୀକକୁ ଘରେ ଆଣନ୍ତୁ ନାହିଁ ।

Show More
Back to top button