

ସତ୍ୟଶିଖା (ଭୁବନେଶ୍ୱର) ୧୫.୦୨.୨୦୨୨: ନିର୍ବାଚନକୁ ଗଣତନ୍ତ୍ରର ସବୁଠାରୁ ବଡ଼ ପର୍ବ ବୋଲି କୁହାଯାଏ। ଏହି ପର୍ବରେ ମତଦାତାମାନେ ଅଧିକ ସଂଖ୍ୟାରେ ଭାଗନେବା ଆବଶ୍ୟକ। ଏବେ ଦେଶରେ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ଚାଲିଛି । ଅନେକ ଜାଗାରେ ମତଦାନ ସରିଯାଇଥିବା ବେଳେ ଅନ୍ୟ କିଛି ଜାଗାରେ ମତଦାନ ପ୍ରକ୍ରିୟା ହେବାକୁ ଯାଉଛି । ଏବେ ମତଦାନ ସମ୍ବନ୍ଧିୟ ଏକ ପ୍ରଶ୍ନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ପ୍ରଶ୍ନ ହେଉଛି ମତଦାନ ପରେ ଆଙ୍ଗୁଳିରେ ଲଗାଯାଉଥିବା କାଳି ସହଜରେ କାହିଁକି ଛାଡ଼େନାହିଁ? କେଉଁ ଜିନିଷରୁ ଏହା ତିଆରି ହୋଇଥାଏ ? ତାହେଲେ ଡେରି ନକରି ଆସନ୍ତୁ ଜାଣିବା…
ପ୍ରକୃତରେ ଲୋକମାନେ ଭୋଟ ଦେଇସାରିବା ପରେ ହାତ ଆଙ୍ଗୁଳିରେ ନୀଳ ରଙ୍ଗର କାଳି ଲଗାଯାଏ। ଆଙ୍ଗୁଳିରେ ଏହି କାଳି ବହୁତ ଦିନ ପର୍ଯ୍ୟନ୍ତ ଲିଭେ ନାହିଁ। ଥରେ ଭୋଟ ଦେବା ପରେ ଜଣେ ବ୍ୟକ୍ତି ଯେପରି ଆଉଥରେ ଭୋଟ ନଦେଇ ପାରିବ ସେଥିପାଇଁ ଏପରି କରାଯାଏ। ରିପୋର୍ଟ ମୁତାବକ ନିର୍ବାଚନରେ ବ୍ୟବହାର କରାଯାଉଥିବା କାଳି ଭାରତରେ ମାତ୍ର ଗୋଟିଏ କମ୍ପାନୀ ତିଆରି କରେ। ମୈସୁର ପେଣ୍ଟ ଏଣ୍ଡ ବାର୍ନିସ ଲିମିଟେଡ ନାମକ ଏକ କମ୍ପାନୀ ଏହି ନୀଳ ରଙ୍ଗର କାଳି ଉତ୍ପାଦନ କରେ ।
ଏମବିପିଏଲ ନାମକ ଏହି କମ୍ପାନୀ ଏହି କାଳିକୁ ଖୁଚୁରାରେ ବିକ୍ରି କରେ ନାହିଁ । କିନ୍ତୁ ଏହି କାଳିକୁ ସରକାର କିମ୍ବା ନିର୍ବାଚନ ସହ ଯଡ଼ିତ ଏଜେନ୍ସି କିଣିଥାଆନ୍ତି । ଏହି କମ୍ପାନୀ ଭାରତର ଏହି ଫୁଲପୃଫ କାଳିର ଏକ ମାତ୍ର ଅଧିକୃତ ଯୋଗଣକାରୀ ଅଟେ। ଏହି କମ୍ପାନୀ ପାଖରେ ୧୯୬୨ ମସିହାରୁ ରାଷ୍ଟ୍ରୀୟ ଅନୁସନ୍ଧାନ ବିକାସ ନିଗମ ଦ୍ୱାରା ଦିଆଯାଇଥିବା ବିଶେଷ ଲାଇସେନ୍ସ ରହିଛି । ୧୯୬୨ ରେ ଭାରତୀୟ ନିର୍ବାଚନ ଆୟୋଗ ଆଇନ ମନ୍ତ୍ରଣାଳୟ, ରାଷ୍ଟ୍ରୀୟ ଭୌତିକ ପ୍ରୟୋଗଶାଳା ଓ ଏହି ନିଗମ ସହଯୋଗରେ କମ୍ପାନୀ ସହିତ ନିର୍ବାଚନ ପାଇଁ ଏହି କାଳିର ଯୋଗାଣ ପାଇଁ ବୁଝାମଣା କରାଯାଇଥିଲା ।
ଏହି ନିଳ ରଙ୍ଗର କାଳିକୁ ବନାଇବା ପାଇଁ ସିଲଭର ନାଇଟ୍ରେଡ ନାମକ ରାସାୟନିକ ପଦାର୍ଥର ବ୍ୟବହାର କରାଯାଏ। କାଳି ଲାଗିଲା ପରେ ଏଥିରେ ଥିବା ସିଲଭର ନାଇଟ୍ରେଡ ଶରୀରରେ ଥିବା ଲବଣାଂଶ ସହ ମିଶି ସିଲଭର କ୍ଲୋରାଇଡରେ ପରିଣତ ହୁଏ। ଯେବେ ସିଲଭର କ୍ଲୋରାଇଡ ପାଣିରେ ମିଶେ ସେତେବେଳେ ଏହା ତ୍ୱଚାରେ ଲାଖିଯାଏ। ଯେପରି ଏହି କାଳି ପାଣି ସଂସ୍ପର୍ଶରେ ଆସେ ଏହାର ରଙ୍ଗ ପରିବର୍ତ୍ତନ ହୋଇ କଳା ହୋଇଯାଏ। ପରେ ଏହା ହାତରୁ ଶୀଘ୍ର ଲିଭେ ନାହିଁ । ସେଥିପାଇଁ ଅତିକମରେ ୭୨ ଘଣ୍ଟା ପର୍ଯ୍ୟନ୍ତ ଏହି କାଳି ତ୍ୱତଚାରୁ ଛାଡ଼େ ନାହିଁ । ଯେତେବେଳେ ଧିରେଧିରେ ତ୍ୱଚାର କୋଷ ପୁରୁଣା ହୋଇାଯାଏ ସେହି ସମୟରେ ଏହି କାଳି ଛାଡ଼ିଥାଏ। ଏହି କାଳିକୁ ଲୋକମାନେ ଇଲେକସନ ଇଙ୍କ ବା ଇଣ୍ଡେଲିବଲ ଇଙ୍କ ନାମରେ ଜାଣିଛନ୍ତି । ନିର୍ବାଚନ ଆୟୋଗ ପୁନଃ ମତଦାନକୁ ରୋକିବା ପାଇଁ ଏଭଳି ଏକ କାଳିର ବ୍ୟବହାର କରିବା ପାଇଁ ନିଷ୍ପତି ନେଇଥିଲା।