ସତ୍ୟଶିଖା (ଭୁବନେଶ୍ୱର) ୨୨/୧୦/୨୦୨୦ : ହିନ୍ଦୁ ଧର୍ମରେ ଗୁରୁବାର ଭଗବାନ ବିଷ୍ଣୁଙ୍କୁ ସମର୍ପିତ । ଭଗବାନ ବିଷ୍ଣୁଙ୍କ ପୂଜା ପାଇଁ ଗୁରୁବାର ଦିନ ଅତ୍ୟନ୍ତ ଖାସ । ଭଲ ମନରେ ବିଷ୍ଣୁଙ୍କୁ ପୂଜା କଲେ ଭକ୍ତଙ୍କ ସମସ୍ତ ମନୋସ୍କାମନା ପୁରା ହୁଏ ବୋଲି କୁହାଯାଏ । ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ଗୁରୁବାର ଦିନ ବିଧିବଦ୍ଧ ଭାବେ ବିଷ୍ଣୁଙ୍କୁ ପୂଜା କଲେ ସମସ୍ତ ସଙ୍କଟ ଦୂର ହୋଇଥାଏ । ବିଷ୍ଣୁଙ୍କୁ ଜଗତର ପାଳନକର୍ତ୍ତା ବୋଲି କୁହାଯାଏ । ଶାସ୍ତ୍ର ଅନୁସାରେ, ଭଗବାନ ବିଷ୍ଣୁଙ୍କ ତିନି ଅବତାର ତିନି ଗୁରୁଙ୍କ ଠାରୁ ଶିକ୍ଷା ଗ୍ରହଣ କରିଥିଲେ । ସେ ନିଜ ଗୁରୁଙ୍କ ଠାରୁ ଅସ୍ତ୍ର-ଶସ୍ତ୍ର ବିଦ୍ୟା ଠାରୁ ଆରମ୍ଭ କରି ନୀତି ଯାଏଁ ସବୁକିଛି ଶିକ୍ଷା କରିଥିଲେ । ତେବେ ଭଗବାନ ବିଷ୍ଣୁ କାହାଠାରୁ ସୁଦର୍ଶନ ଚକ୍ର ହାସଲ କରିଥିଲେ ଜାଣନ୍ତୁ ।
(ବି: ଦ୍ର: ଦିଆଯାଇଥିବା ସୂଚନା ସାମାନ୍ୟ ତଥ୍ୟ ଉପରେ ଆଧାରିତ, କୌଣସି ପଦକ୍ଷେପ ନେବା ପୂର୍ବରୁ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ)