ସତ୍ୟଶିଖା (ଭୁବନେଶ୍ୱର) ୨୧/୦୧/୨୦୨୧ : ହିନ୍ଦୁ ଧର୍ମରେ ଗୁରୁବାର ଦିନ ଭଗବାନ ବିଷ୍ଣୁ ଓ ମା’ ଲକ୍ଷ୍ମୀଙ୍କୁ ପୂଜା କରାଯାଇଥାଏ । ଭଗବାନ ବିଷ୍ଣୁଙ୍କ ପୂଜା ପାଇଁ ଗୁରୁବାର ବହୁତ ଖାସ । ଶ୍ରଦ୍ଧାର ସହ ଭଗବାନ ବିଷ୍ଣୁଙ୍କୁ କଲେ ଭକ୍ତଙ୍କ ସବୁ ମନୋସ୍କାମନା ନିଶ୍ଚିତ ପୂରଣ ହୋଇଥାଏ । ହିନ୍ଦୁ ଧର୍ମଶାସ୍ତ୍ର ଅନୁସାରେ ଗୁରୁବାର ଦିନ ବିଧିବଦ୍ଧ ଭାବେ ଭଗବାନ ବିଷ୍ଣୁଙ୍କୁ ପୂଜା କଲେ ଜୀବନର ସବୁ ସଙ୍କଟ ଦୂର ହୋଇଥାଏ । ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କ ପୂଜା କଲେ ବିବାହ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂର ହୋଇଥାଏ ବୋଲି କୁହାଯାଏ । ଭଗବାନ ବିଷ୍ଣୁ ଜଗତର ପାଳନକର୍ତ୍ତା । ଶାସ୍ତ୍ର ଅନୁସାରେ ଭଗବାନ ବିଷ୍ଣୁଙ୍କ ୩ଟି ଅବତାର ତିନି ଗୁରୁଙ୍କ ଠାରୁ ଶିକ୍ଷା ଗ୍ରହଣ କରିଥିଲେ । ସେ ନିଜ ଗୁରୁଙ୍କ ଠାରୁ ଅସ୍ତ୍ର-ଶସ୍ତ୍ର ଓ ନୀତି ଶିକ୍ଷା ଗ୍ରହଣ କରିଥିଲେ । ଭଗବାନ ବିଷ୍ଣୁଙ୍କୁ ସୁଦର୍ଶନ ଚକ୍ର କିଏ ଦେଇଥିଲେ ଜାଣିଛନ୍ତି କି ? କାହାଠାରୁ ବିଷ୍ଣୁ ସୁଦର୍ଶନ ଚକ୍ର ହାସଲ କରିଥିଲେ ଜାଣନ୍ତୁ ପୁରା କାହାଣୀ ।
ଭଗବାନ ବିଷ୍ଣୁଙ୍କୁ କିଏ ଓ କାହିଁକି ଦେଇଥିଲେ ସୁଦର୍ଶନ ଚକ୍ର
