ଧର୍ମ

ଭଗବାନ ବିଷ୍ଣୁଙ୍କୁ କିଏ ଓ କାହିଁକି ଦେଇଥିଲେ ସୁଦର୍ଶନ ଚକ୍ର

ସତ୍ୟଶିଖା (ଭୁବନେଶ୍ୱର) ୨୧/୦୧/୨୦୨୧ : ହିନ୍ଦୁ ଧର୍ମରେ ଗୁରୁବାର ଦିନ ଭଗବାନ ବିଷ୍ଣୁ ଓ ମା’ ଲକ୍ଷ୍ମୀଙ୍କୁ ପୂଜା କରାଯାଇଥାଏ । ଭଗବାନ ବିଷ୍ଣୁଙ୍କ ପୂଜା ପାଇଁ ଗୁରୁବାର ବହୁତ ଖାସ । ଶ୍ରଦ୍ଧାର ସହ ଭଗବାନ ବିଷ୍ଣୁଙ୍କୁ କଲେ ଭକ୍ତଙ୍କ ସବୁ ମନୋସ୍କାମନା ନିଶ୍ଚିତ ପୂରଣ ହୋଇଥାଏ । ହିନ୍ଦୁ ଧର୍ମଶାସ୍ତ୍ର ଅନୁସାରେ ଗୁରୁବାର ଦିନ ବିଧିବଦ୍ଧ ଭାବେ ଭଗବାନ ବିଷ୍ଣୁଙ୍କୁ ପୂଜା କଲେ ଜୀବନର ସବୁ ସଙ୍କଟ ଦୂର ହୋଇଥାଏ । ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କ ପୂଜା କଲେ ବିବାହ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂର ହୋଇଥାଏ ବୋଲି କୁହାଯାଏ । ଭଗବାନ ବିଷ୍ଣୁ ଜଗତର ପାଳନକର୍ତ୍ତା । ଶାସ୍ତ୍ର ଅନୁସାରେ ଭଗବାନ ବିଷ୍ଣୁଙ୍କ ୩ଟି ଅବତାର ତିନି ଗୁରୁଙ୍କ ଠାରୁ ଶିକ୍ଷା ଗ୍ରହଣ କରିଥିଲେ । ସେ ନିଜ ଗୁରୁଙ୍କ ଠାରୁ ଅସ୍ତ୍ର-ଶସ୍ତ୍ର ଓ ନୀତି ଶିକ୍ଷା ଗ୍ରହଣ କରିଥିଲେ । ଭଗବାନ ବିଷ୍ଣୁଙ୍କୁ ସୁଦର୍ଶନ ଚକ୍ର କିଏ ଦେଇଥିଲେ ଜାଣିଛନ୍ତି କି ? କାହାଠାରୁ ବିଷ୍ଣୁ ସୁଦର୍ଶନ ଚକ୍ର ହାସଲ କରିଥିଲେ ଜାଣନ୍ତୁ ପୁରା କାହାଣୀ ।ଥରେ ଦୈତ୍ୟଙ୍କ ଅତ୍ୟାଚାର ବହୁତ ବଢିଯାଇଥିଲା । ସେତେବେଳେ ସବୁ ଦେବତା ଭଗବାନ ବିଷ୍ଣୁଙ୍କ ପାଖକୁ ଯାଇ ଦୈତ୍ୟଙ୍କ ବଧ କରିବାକୁ ପ୍ରାର୍ଥନା କରିଥିଲେ । ଦୈତ୍ୟଙ୍କ ନାଶ ପାଇଁ ବିଷ୍ଣୁ କୈଳାସ ପର୍ବତ ଯାଇ ଭଗବାନ ଶିବଙ୍କ ଉପାସନା କଲେ । ସେ ଏକ ହଜାର ନାମରେ ଭଗବାନ ଶିବଙ୍କ ସ୍ତୁତି ଜପ କଲେ । ଭଗବାନ ବିଷ୍ଣୁ ପ୍ରତ୍ୟେକ ନାମରେ ଭଗବାନ ଶିବଙ୍କୁ ଗୋଟିଏ ପଦ୍ମ ଫୁଲ ଅର୍ପଣ କରୁଥିଲେ । ଶିବ ବିଷ୍ଣୁଙ୍କ ପରୀକ୍ଷା ନେବା ପାଇଁ ସେ ଆଣିଥିବା ହଜାରେ ପଦ୍ମ ଫୁଲରୁ ଗୋଟିଏ ପଦ୍ମ ଲୁଚେଇ ଦେଇଥିଲେ ।ଶିବଙ୍କ ମାୟା କାରଣରୁ ବିଷ୍ଣୁ ଜାଣିପାରିଲେନି । ଗୋଟିଏ ଫୁଲ କମ ଥିବା ଦେଖି ବିଷ୍ଣୁ ତାକୁ ଖୋଜିବାକୁ ଲାଗିଲେ । ବହୁତ ଖୋଜିଲେ କିନ୍ତୁ ପାଇଲେନି । ଗୋଟିଏ ଫୁଲ କମ ଥିବାରୁ ବିଷ୍ଣୁ ନିଜର ଗୋଟିଏ ନେତ୍ର ବାହାର କରି ଶିବଙ୍କୁ ଅର୍ପଣ କରିଥିଲେ । ବିଷ୍ଣୁଙ୍କ ଭକ୍ତି ଦେଖି ଶିବ ଅତ୍ୟନ୍ତ ପ୍ରସନ୍ନ ହୋଇଥିଲେ  ଓ ବରଦାନ ମାଗିବାକୁ କହିଥିଲେ । ବିଷ୍ଣୁ ଦୈତ୍ୟଙ୍କ ନାଶ ପାଇଁ ବିଜୟ ଅସ୍ତ୍ର ବରଦାନ ମାଗିଥିଲେ । ଭଗବାନ ଶିବ ବିଷ୍ଣୁଙ୍କୁ ସୁଦର୍ଶନ ଚକ୍ର ପ୍ରଦାନ କରିଥିଲେ । ବିଷ୍ଣୁ ସୁଦର୍ଶନ ଚକ୍ରରେ ଦୈତ୍ୟଙ୍କ ସଂହାର କରିଥିଲେ ଓ ଜଗତକୁ ଦୈତ୍ୟଙ୍କ ଅତ୍ୟାଚାରରୁ ମୁକ୍ତ କରିଥିଲେ । ଏହାପରେ ସୁଦର୍ଶନ ଚକ୍ର ଭଗବାନ ବିଷ୍ଣୁଙ୍କ ସ୍ୱରୂପ ସହ ସର୍ବଦା ପାଇଁ ଯୋଡି ହୋଇଗଲା ।

Show More
Back to top button