ସତ୍ୟଶିକ୍ଷା ୨୮.୦୯.୨୦୨୦ : ରାଜଧାନୀରେ ଏବେ ବିଚିତ୍ର ସ୍ଥିତି ଦେଖିବାକୁ ମିଳୁଛି । କେଉଁଠି ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ସୌନ୍ଦର୍ଯ୍ୟୀକରଣ ହେଉଛି ତ କେଉଁଠି ଟଙ୍କାଟିଏ ଖର୍ଚ୍ଚ କରିବାକୁ ବି କାହା ହାତ ଯାଉନି । ଏହାର ବଡ଼ ଉଦାହରଣ ହେଲା, ବିନ୍ଦୁସାଗରରେ ଥିବା ଜଗତି ଓ ବରମୁଣ୍ଡା ଗାଁ ମନ୍ଦିର । ବରମୁଣ୍ଡା ଗାଁ ନିକଟରେ ଥିବା ମନ୍ଦିରରେ ବିଏମ୍ସି ପକ୍ଷରୁ ସୌନ୍ଦର୍ଯ୍ୟୀକରଣ କାମ ହେଉଛି । ଏଠାରେ ବିଏମ୍ସି ୱେଜ୍ ଏମ୍ପ୍ଲୟମେଣ୍ଟ ସ୍କିମ୍ରେ ମନ୍ଦିର ଚାରିକଡ଼େ ଥିବା ପାଚେରି ଓ ପୋଖରୀ କୂଳ କାନ୍ଥରେ ବିଭିନ୍ନ ପ୍ରକାରର ଚିତ୍ର ଆଙ୍କିଛି । କଳିଙ୍ଗର ପୂର୍ବତନ ରାଜାମାନଙ୍କର କୀର୍ତ୍ତି ଓ ପରମ୍ପରାକୁ ଚିତ୍ରରେ ଦେଖାଯାଇଛି । ଚିତ୍ରଗୁଡ଼ିକୁ ଏପରି ଅଙ୍କାଯାଇଛି ଯେ ଏହାକୁ ଯିଏ ଦେଖିବ, ଘଡ଼ିଏ ସେଠି ଅଟକିଯିବ । ବିଏମ୍ସିର ଏହି କାମକୁ ସମସ୍ତେ ପ୍ରଶଂସା କରୁଛନ୍ତି । ବିଏମ୍ସି କର୍ତ୍ତୃପକ୍ଷ କହିଛନ୍ତି ଯେ କରୋନା ପାଇଁ ଲୋକଙ୍କୁ ରୋଜଗାର ଦେବା ଉଦ୍ଦେଶ୍ୟରେ ଏହି କାମ ହୋଇଛି । ରାଜଧାନୀର ବିଭିନ୍ନ ଖୋଲା ସ୍ଥାନ, ଜନଗହଳି ସ୍ଥାନରେ ଏହିପରି ଚିତ୍ର ଅଙ୍କାଯାଉଛି ।
କେଉଁଠି ଚିତ୍ର ଅଙ୍କା, କେଉଁଠି ମାଡ଼ିଗଲାଣି ଲତା…ବିନ୍ଦୁସାଗର ପୁନରୁଦ୍ଧାର ପାଇଁ ଚୁକ୍ତି କରି ବସିଛି ଓବିସିସି l
