କେବେ ତୁଳସୀ ବିବାହ ?

ସତ୍ୟଶିଖା ୨୧/୧୧/୨୦୨୦ : ତୁଳସୀ ବିବାହ ହିନ୍ଦୁ ଧର୍ମର ପ୍ରମୁଖ ପର୍ବ । ତୁଳସୀ ବିବାହରେ ମାତା ତୁଳସୀଙ୍କ ବିବାହ ଭଗବାନ ଶାଲିଗ୍ରାମ ସହ କରାଯାଇଥାଏ । ବିଶ୍ବାସ ରହିଛି ଯେ ଯେଉଁ ବ୍ୟକ୍ତି ତୁଳସୀ ବିବାହର ଅନୁଷ୍ଠାନ କରିଥାନ୍ତି ସେମାନଙ୍କୁ କନ୍ୟାଦାନର ବରାବର ପୁଣ୍ୟ ଫଳ ମିଳିଥାଏ । ଆସନ୍ତୁ ଜାଣିବା ତୁଳସୀ ବିବାହର ତାରିଖ,ମୁହୂର୍ତ୍ତ ଏବଂ ଧାର୍ମିକ ମହତ୍ତ୍ବ –
ତୁଳସୀ ବିବାହ ପ୍ରତି ବର୍ଷ କାର୍ତ୍ତିକ ମାସ ଶୁକ୍ଳ ପକ୍ଷର ଏକାଦଶୀ ତିଥି ଦିନ କରାଯାଇଥାଏ । ୨୦୨୦ମସିହାରେ ଏହି ଏକାଦଶୀ ତିଥି ନଭେମ୍ବର ୨୫ତାରିଖରେ ଆରମ୍ଭ ହେବ ଏବଂ ୨୬ତାରିଖରେ ସମାପ୍ତ ହେବ । ସେହିପରି ନଭେମ୍ଭର ୨୬ତାରିଖରେ ତୁଳସୀ ବିବାହ ଆୟୋଜନ କରାଯିବ । ନଭେମ୍ବର ୨୬ତାରିଖରେ ତୁଳସୀ ବିବାହର ଆୟୋଜନ କରାଯିବ । ଅନେକ ସ୍ଥାନରେ ଦ୍ବାଦଶୀ ଦିନ ମଧ୍ୟ ତୁଳସୀ ବିବାହ କରାଯାଇଥାଏ । କାର୍ତ୍ତିକ ମାସ ଶୁକ୍ଳ ପକ୍ଷର ଏକାଦଶୀ ତିଥିକୁ ଦେବୋତ୍ଥାନ ଏକାଦଶୀ ମଧ୍ୟ କୁହାଯାଇଥାଏ ।
୨୦୨୦ମସିହାରେ ତୁଳସୀ ବିବାହର ଶୁଭ ମୁହୂର୍ତ୍ତ
ଏକାଦଶୀ ତିଥି ପ୍ରାରମ୍ଭ-ନଭେମ୍ବର ୨୫,ସକାଳ ୨.୪୨ରୁ
ଏକାଦଶୀ ତିଥି ସମାପ୍ତ – ନଭେମ୍ବର ୨୬,ସକାଳ ୫.୧୦ଯାଏଁ
ଦ୍ବାଦଶୀ ତିଥି ପ୍ରାରମ୍ଭ – ନଭେମ୍ବର ୨୬,ସକାଳ ୫ଟା ବାଜି ୧୦ମିନିଟରୁ
ଦ୍ବାଦଶୀ ତିଥି ସମାପ୍ତ – ନଭେମ୍ବର ୨୭,ସକାଳ ୭ଟା ବାଜି ୪୬ମିନିଟ୍ ଯାଏଁତୁଳସୀ ବିବାହର ପୂଜା ବିଧି :
ତୁଳସୀ ଗଛର ଚାରିପଟେ ମଣ୍ଡପ ବନାନ୍ତୁ ।
ତୁଳସୀ ଗଛ ଉପରେ ଲାଲ ଓଢ଼ଣୀ ଚଢ଼ାନ୍ତୁ ।
ତଳସୀ ଗଛରେ ଶୃଙ୍ଗାର ଜିନିଷ ଅର୍ପଣ କରନ୍ତୁ ।
ଶ୍ରୀ ଗଣେଶଙ୍କ ପୂଜା ଏବଂ ଶାଳିଗ୍ରାମର ବିଧିବଦ୍ଧ ପୂଜା କରନ୍ତୁ ।
ଭଗବାନ ଶାଳିଗ୍ରାମଙ୍କ ମୂର୍ତ୍ତିର ସିଂହାସନ ହାତରେ ନେଇ ତୁଳସୀଙ୍କ ୭ପରିକ୍ରମା କରନ୍ତୁ ।
ଆରତୀ ପରେ ବିବାହ ମଙ୍ଗଳଗୀତ ସହ ବିବାହୋତ୍ସବ ପୂର୍ଣ୍ଣ କରାଯାଇଥାଏ ।