ସତ୍ୟଶିକ୍ଷା (ଦୁବାଇ) ୨୫ .୦୯.୨୦୨୦ : ଚଳିତ ଆଇପିଏଲରେ କିଙ୍ଗସ୍ ଏକାଦଶ ପଞ୍ଜାବ ସମସ୍ତଙ୍କୁ ଚକିତ କରିଛି । ପ୍ରଥମ ମ୍ୟାଚ୍ରେ ଦଳ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ପରାସ୍ତ ହୋଇଥିଲେ ସୁଦ୍ଧା ଦ୍ୱିତୀୟ ମ୍ୟାଚରେ ଆରସିବିକୁ ବଡ ବ୍ୟବଧାନରେ ପରାସ୍ତ କରିଛି । ତେବେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍ରେ ପଞ୍ଜାବର ଷ୍ଟାର୍ ବ୍ୟାଟସମ୍ୟାନ୍ ମୟଙ୍କ ଅଗ୍ରଓ୍ୱାଲ ୮୯ ରନ୍ର ଆକର୍ଷଣୀୟ ଇନିଂସ ଖେଳିଥିଲେ । କିନ୍ତୁ ଏହି ମ୍ୟାଚରେ ଦଳ ଜିତିପାରି ନଥିଲା ।
ଆରସିବି ବିପକ୍ଷ ମୁକାବିଲାରେ କେଏଲ ରାହୁଲ ମାତ୍ର ୬୯ ବଲ୍ରୁ ବିସ୍ଫୋରକ ୧୩୨ ରନ୍ କରିଥିଲେ । ରାହୁଲ ଓ ମୟଙ୍କ ଉଭୟ ଭଲ ଫର୍ମରେ ଅଛନ୍ତି । ଫଳରେ କ୍ରିସ୍ ଗେଲଙ୍କୁ ନେଇ ସନ୍ଦେହ ଦେଖାଦେଇଛି । ଗେଲ୍ ଏବେ ପଞ୍ଜାବ ସହ ରହିଛନ୍ତି । ସେ କେବେ ଦଳରେ ସାମିଲ ହେବେ ଫ୍ୟାନ୍ ମାନେ ଅପେକ୍ଷା କରି ରହିଛନ୍ତି । ପଞ୍ଜାବର ଅଧିନାୟକ ରାହୁଲଙ୍କୁ ଏବାବଦରେ ପ୍ରଶ୍ନ କରାଯାଇଥିଲା ।