ସତ୍ୟଶିଖା (ନୂଆଦିଲ୍ଲୀ) ୦୬/୦୧/୨୦୨୧ : ବିଶ୍ୱର ସବୁଠାରୁ ଲୋକପ୍ରିୟ ଆପ ହ୍ୱାଟ୍ସଆପ ସବୁବେଳେ ନିଜ ୟୁଜର୍ସଙ୍କ ପାଇଁ ନୂଆ ନୂଆ ଫିଚର୍ସ ଆଣିଥାଏ । ଚଳିତ ବର୍ଷ ଆପରେ ଅନେକ ଫିଚର୍ସ ଆସିବାର ଅଛି । ହ୍ୱାଟ୍ସଆପ୍ ଖୁବ୍ ଶୀଘ୍ର ନୂଆ ପ୍ରାଇଭେସି ପଲିସୀ ଆରମ୍ଭ କରିବ । ଯଦି ୟୁଜର୍ସ ଏହି ପଲିସୀକୁ ଗ୍ରହଣ ନ କରନ୍ତି ତାହେଲେ ତାଙ୍କୁ ଆପ ଡିଲିଟ କରିବାକୁ ପଡିବ । ଏହି ନୂଆ ପ୍ରାଇଭେସି ପଲିସୀ କଣ ବିଶେଷତ୍ୱ ରହିଛି ଜାଣନ୍ତୁ ।
ହ୍ୱାଟ୍ସଆପ ୟୁଜର୍ସଙ୍କୁ ନୂଆ ଆପର ନୂଆ ଟର୍ମ ଏବଂ ପ୍ରାଇଭେସି ପଲିସୀକୁ ଶୀଘ୍ର ଗ୍ରହଣ କରିବାକୁ ହେବ । ଯଦି ୟୁଜର୍ସ ଏହି ପ୍ରାଇଭେସି ପଲିସୀକୁ ଗ୍ରହଣ ନ କରନ୍ତି ତାହେଲେ ହ୍ୱାଟ୍ସଆପ ବ୍ୟବହାର କରିପାରିବେ ନାହିଁ । WABetaInfo କହିବାନୁଯାୟୀ, ହ୍ୱାଟ୍ସଆପ୍ ୨୦୨୧ ଫେବୃଆରୀ ୮ ତାରିଖରେ ନିଜର ଟର୍ମ ଅଫ୍ ସର୍ଭିସ୍ ଅପଡେଟ୍ କରିବାକୁ ଯାଉଛି । ଯଦି ହ୍ୱାଟ୍ସଆପ୍ ୟୁଜର୍ସ ଏଥିପାଇଁ ରାଜି ନ ହୁଅନ୍ତି ତାହେଲେ ସେ ହ୍ୱାଟ୍ସଆପ୍ ବ୍ୟବହାର କରିପାରିବେ ନାହିଁ ।
ହ୍ୱାଟ୍ସଆପ ୟୁଜର୍ସଙ୍କ ପାଖରେ ବର୍ତ୍ତମାନ Not Now ଅପ୍ସନ୍ ଅଛି । ଅର୍ଥାତ ୟୁଜର୍ସ ନିଜ ଇଚ୍ଛା ଅନୁସାରେ ଏହାକୁ ଗ୍ରହଣ କରିପାରିବେ । ଗ୍ରହଣ ନ କଲେ ବି ଆପ ଚାଲିବ । ନୂଆ ପଲିସୀ ଅନୁଯାୟୀ ଫେସବୁକ୍ ଓ ଇନଷ୍ଟାଗ୍ରାମ୍ ଇଣ୍ଟିଗ୍ରେସନ୍ ହେବ । ହ୍ୱାଟ୍ସଆପ୍ ଡାଟା ପୂର୍ବରୁ ମଧ୍ୟ ଫେସବୁକ ସହ ସେୟାର ହେଉଥିଲା କିନ୍ତୁ ବର୍ତ୍ତମନ ଫେସବୁକ୍ ଓ ଇନଷ୍ଟାଗ୍ରାମର ଇଣ୍ଟିଗ୍ରେସନ୍ ପୂର୍ବ ଅପେକ୍ଷା ଅଧିକ ରହିବ ।