ସ୍ପେଶାଲ୍ ରିପୋର୍ଟ

ହ୍ୱାଟ୍ସଆପର ନୂଆ ପ୍ରାଇଭେସି ପଲିସୀ

ସତ୍ୟଶିଖା (ନୂଆଦିଲ୍ଲୀ) ୦୬/୦୧/୨୦୨୧ : ବିଶ୍ୱର ସବୁଠାରୁ ଲୋକପ୍ରିୟ ଆପ ହ୍ୱାଟ୍ସଆପ ସବୁବେଳେ ନିଜ ୟୁଜର୍ସଙ୍କ ପାଇଁ ନୂଆ ନୂଆ ଫିଚର୍ସ ଆଣିଥାଏ । ଚଳିତ ବର୍ଷ ଆପରେ ଅନେକ ଫିଚର୍ସ ଆସିବାର ଅଛି । ହ୍ୱାଟ୍ସଆପ୍ ଖୁବ୍ ଶୀଘ୍ର ନୂଆ ପ୍ରାଇଭେସି ପଲିସୀ ଆରମ୍ଭ କରିବ । ଯଦି ୟୁଜର୍ସ ଏହି ପଲିସୀକୁ ଗ୍ରହଣ ନ କରନ୍ତି ତାହେଲେ ତାଙ୍କୁ ଆପ ଡିଲିଟ କରିବାକୁ ପଡିବ । ଏହି ନୂଆ ପ୍ରାଇଭେସି ପଲିସୀ କଣ ବିଶେଷତ୍ୱ ରହିଛି ଜାଣନ୍ତୁ ।

ହ୍ୱାଟ୍ସଆପ ୟୁଜର୍ସଙ୍କୁ ନୂଆ ଆପର ନୂଆ ଟର୍ମ ଏବଂ ପ୍ରାଇଭେସି ପଲିସୀକୁ ଶୀଘ୍ର ଗ୍ରହଣ କରିବାକୁ ହେବ । ଯଦି ୟୁଜର୍ସ ଏହି ପ୍ରାଇଭେସି ପଲିସୀକୁ ଗ୍ରହଣ ନ କରନ୍ତି ତାହେଲେ ହ୍ୱାଟ୍ସଆପ ବ୍ୟବହାର କରିପାରିବେ ନାହିଁ । WABetaInfo କହିବାନୁଯାୟୀ, ହ୍ୱାଟ୍ସଆପ୍ ୨୦୨୧ ଫେବୃଆରୀ ୮ ତାରିଖରେ ନିଜର ଟର୍ମ ଅଫ୍ ସର୍ଭିସ୍ ଅପଡେଟ୍ କରିବାକୁ ଯାଉଛି । ଯଦି ହ୍ୱାଟ୍ସଆପ୍ ୟୁଜର୍ସ ଏଥିପାଇଁ ରାଜି ନ ହୁଅନ୍ତି ତାହେଲେ ସେ ହ୍ୱାଟ୍ସଆପ୍ ବ୍ୟବହାର କରିପାରିବେ ନାହିଁ ।ହ୍ୱାଟ୍ସଆପର ନୂଆ ପଲିସୀ ପାଇଁ ୟୁଜର୍ସଙ୍କୁ ଯେଉଁ ଲାଇସେନ୍ସ ଦିଆଯାଉଛି ସେଥିରେ କୁହାଯାଇଛି ଯେ ହ୍ୱାଟ୍ସଆପ ସେବା ସଞ୍ଚାଳିତ କରିବାକୁ ଆପଣ ହ୍ୱାଟ୍ସଆପକୁ ଯେଉଁ କଣ୍ଟେଣ୍ଟ ଅପଲୋଡ଼୍, ସବମିଟ୍, ଷ୍ଟୋର୍, କିଛି ଫାଇଲ୍ ବା ଅନ୍ୟ କିଛି ପଠାଇବା ବା ପ୍ରାପ୍ତ କରନ୍ତି, ତାକୁ ବ୍ୟବହାର କରିବାକୁ, ରିପ୍ରଡ୍ୟୁସ୍ କରିବାକୁ, ଡିଷ୍ଟ୍ରିବ୍ୟୁଟ୍ ଏବଂ ଡ଼ିସପ୍ଲେ ପାଇଁ ସାରା ବିଶ୍ୱରେ ନନ୍-ଏକ୍ସକ୍ଲୁସିଭ୍, ରୟାଲ୍ଟି ଫ୍ରି, ଟ୍ରାନ୍ସଫରେବଲ୍ ଲାଇସେନ୍ସ ଦିଆଯାଇଥାଏ ।

ହ୍ୱାଟ୍ସଆପ ୟୁଜର୍ସଙ୍କ ପାଖରେ ବର୍ତ୍ତମାନ Not Now ଅପ୍ସନ୍ ଅଛି । ଅର୍ଥାତ ୟୁଜର୍ସ ନିଜ ଇଚ୍ଛା ଅନୁସାରେ ଏହାକୁ ଗ୍ରହଣ କରିପାରିବେ । ଗ୍ରହଣ ନ କଲେ ବି ଆପ ଚାଲିବ । ନୂଆ ପଲିସୀ ଅନୁଯାୟୀ ଫେସବୁକ୍ ଓ ଇନଷ୍ଟାଗ୍ରାମ୍ ଇଣ୍ଟିଗ୍ରେସନ୍ ହେବ । ହ୍ୱାଟ୍ସଆପ୍ ଡାଟା ପୂର୍ବରୁ ମଧ୍ୟ ଫେସବୁକ ସହ ସେୟାର ହେଉଥିଲା କିନ୍ତୁ ବର୍ତ୍ତମନ ଫେସବୁକ୍ ଓ ଇନଷ୍ଟାଗ୍ରାମର ଇଣ୍ଟିଗ୍ରେସନ୍ ପୂର୍ବ ଅପେକ୍ଷା ଅଧିକ ରହିବ ।

Show More
Back to top button